ଧର୍ମଗଡ ୨୭/୮:ଆଜତକ ଓଡ଼ିଶା (ପ୍ରଦିପ ସେଠି ଆ), ବେହେରା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଆନନ୍ଦ ଉଲ୍ଲାସରେ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀକୃଷ୍ଣ ବେଶରେ ସଜ୍ଜିତ ଛାତ୍ର ଛାତ୍ରୀ ମାନଙ୍କ ସହ ଗୁରୁଜୀ, ଗୁରୁମା, ଅଭିଭାବକ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ଏକ ଶୋଭାଯାତ୍ରା ଗାଁ ପରିକ୍ରମା କଲା ପରେ ମୂଖ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ କ୍ଷମା ପ୍ରସାଦ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ୍ମାଷ୍ଟମୀ ପାଳନ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ବେହେରା ସମିତି ସଭ୍ୟ ଶ୍ରୀଯୁକ୍ତ କିଶୋର ନାଗ ଯୋଗଦାନ କରିଥିବା ବେଳେ ମୂଖ୍ୟ ବକ୍ତା ଭାବରେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଭକ୍ତ ଚରଣ ଭୋଇ, ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ସୁନିଲ ଅଗ୍ରୱାଲ, ସମ୍ପାଦକ ଶ୍ରୀଯୁକ୍ତ ରାଜୁ ଠାକୁର ପ୍ରମୁଖ ଯୋଗଦାନ କରିଥିଲେ।
ମୂଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ପରେ ଅତିଥିଙ୍କୁ ଶ୍ରିଫଳ ପ୍ରଦାନ କରି ଭବ୍ୟ ସ୍ବାଗତ କରା ଯାଇଥିଲା। ଉପସ୍ଥିତ ସମସ୍ତ ଅତିଥି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନର ବିଶେଷତ୍ଵ ଉପରେ ନିଜ ନିଜ ମତ ରଖିଥିଲେ। ଅତିଥିଙ୍କ ଅଭିଭାଷଣ ପରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଅତ୍ୟନ୍ତ ମନଛୁଆଁ ହୋଇଥିଲା।ପରେ ଦହି ହାଣ୍ଡି ଭଗ୍ନ କାର୍ଯ୍ୟକ୍ରମ କରାଯାଇ ଶେଷରେ ପ୍ରସାଦ ସେବନ କରା ଯାଇଥିଲା। ଏ ସମସ୍ତ କାର୍ଯ୍ୟକ୍ରମକୁ ଗୁରୁଜୀ ଖିରସିନ୍ଧୁ ବାଣୁଆ ସଂଯୋଜନା କରିଥିବା ବେଳେ ସମସ୍ତ ଗୁରୁଜୀ ଓ ଗୁରୁମା ପରିଚାଳନାରେ ସହଯୋଗ କରିଥିଲେ।
Post a Comment