ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ୩ ଗୁରୁତର


କୋମନା (ବିରବଲ ପ୍ରଧାନ) ନୂଆପଡ଼ା ଜିଲା କୋମନା ବ୍ଲକ୍ ଉଦ୍ୟାନବନ୍ଧଠାରେ ସୋମ‌ବାର ଏକ ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ୨ ଶିଶୁ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ସକାଳେ ନୂଆପଡ଼ା ପଟୁ ଖଡ଼ିଆଳ ଯାଉଥିବା ପିକ୍‌ଅପ୍ ଭ୍ୟାନ୍ ପ୍ରଥମେ ଏକ ସାଇକେଲ ଓ ପରେ ମୋଟରସାଇକେଲକୁ ଧକ୍କାଦେଇ ଭାରସାମ୍ୟ ହରାଇ ଓଲଟିପଡିଥିଲା। ଫଳରେ ମୋଟରସାଇକେଲରେ ଥୂବା ୨ ଶିଶୁ ଓ ସେମାନଙ୍କ ବାପା ଗୁରୁତର ହୋଇଥିଲେ। ପରିବାର ଲୋକେ ଆସି ସେମାନଙ୍କୁ ଉଦ୍ଧାର କରି ଖଡ଼ିଆଳ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Post a Comment

Previous Post Next Post