ପ୍ରମିଳା ସିଂହ ରକ୍ଷା ବନ୍ଧନ ପାଳନ କରିଲେ ବୃକ୍ଷକୁ ରାକ୍ଷୀ ବାନ୍ଧି ସମାଜକୁ ବାର୍ତ୍ତା ଦେଲେ


ଆଜ ତକ ଓଡ଼ିଶ : ବ୍ରହ୍ମାଣ୍ଡର ସବୁଠାରୁ ପବିତ୍ର ବନ୍ଧନ ସନାତନ ଧର୍ମର ପବିତ୍ର ପୂର୍ଣ୍ଣିମା ରକ୍ଷା ବନ୍ଧନ ଅବା ରାକ୍ଷୀ ପୂର୍ଣ୍ଣିମା କଟକ ଜିଲ୍ଲାର ମାହାଙ୍ଗା ଅଞ୍ଚଳର ସମାଜସେବୀ ସୁଶ୍ରୀ ପ୍ରମିଳା ସିଂହ ପବିତ୍ର ପୂର୍ଣ୍ଣିମା ରକ୍ଷା ବନ୍ଧନ ଉପଲକ୍ଷେ ବୃକ୍ଷକୁ ରାକ୍ଷୀ ବାନ୍ଧି ସମାଜକୁ ବାର୍ତ୍ତା ଦେଇଛନ୍ତି ବୃକ୍ଷ ଆମର ଭାଇ ଦିଏ ଆମକୁ ସୁରକ୍ଷାର ଛାଇ ମନେ ରଖନ୍ତୁ ଗଛ ଆମର ଭାଇ ପ୍ରତିବର୍ଷ ରକ୍ଷା ବନ୍ଧନରେ ଗଛକୁ ରାକ୍ଷୀ ବାନ୍ଧନ୍ତୁ ବୃକ୍ଷ ଭାଇଙ୍କୁ ସମ୍ମାନ ଦିଅନ୍ତୁ ବୃକ୍ଷ ଭାଇକୁ ହୃଦୟରୁ ଭଲ ପାଆନ୍ତୁ ଗୋଟିଏ ବୃକ୍ଷ ମଣିଷକୁ ଖୁସି ବାଣ୍ଟିବାରେ ସହଯୋଗ କରେ ଗଛ ହେଉଛି ମଣିଷର ଉପକାରୀ ବନ୍ଧୁ ଟିଏ ରାକ୍ଷୀକୁ ଶକ୍ତି, ବିଶ୍ବାସ,ରକ୍ଷା ଓ ବିଜୟର ପ୍ରତୀକ ବୋଲି କୁହାଯାଏ ବନ୍ଧନ ହେଉଛି ସ୍ନେହ,ପ୍ରେମ ଏବଂ ପ୍ରତିଜ୍ଞାର । ଜନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଲୋକଙ୍କ ଚାହିଦା ଏବଂ ଆବଶ୍ୟକ ପୂରଣ ନେଇ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ବସିଲାଣି ତେବେ ଏଭଲି ସମୟରେ ସବୁଜ ବିକଳ୍ପ ପାଇଁ ବିଭନ୍ନ ପ୍ରୟାସ ଜାରି ରଖୁଛନ୍ତି ବୃକ୍ଷ ଆମକୁ ସୁରକ୍ଷା ଦେଉଛି ତେଣୁ ବୃକ୍ଷକୁ ରାକ୍ଷୀ ପିନ୍ଧାଇ କରି ବୃକ୍ଷ ଭାଇର ଦୀର୍ଘାୟୁ କାମନା କଲେ,ବୃକ୍ଷ ଯଦି ଆମ ପରି ହୋଇଥାନ୍ତା ତେବେ ସେ ଆମ ହାତରେ ରାକ୍ଷୀ ବାନ୍ଧି ନିଜକୁ ରକ୍ଷା କରିବାର ପ୍ରତିଶ୍ରୁତି ମାଗି ଥାନ୍ତା ବୃକ୍ଷ ଅଛି ତ ଆମେ ଅଛୁ  ତେଣୁ ଆଜିର ଏହି ପବିତ୍ର ଦିନରେ ଆମେ ବୃକ୍ଷକୁ ରକ୍ଷା ସୂତ୍ରରେ ବାନ୍ଧି ତାର ରକ୍ଷା କରିବା ପାଇଁ ପ୍ରତିବଦ୍ଧ ଆମେ ସମସ୍ତେ ଶପଥ କରିବା ପରିବେଶ ସୁରକ୍ଷା ପାଇଁ ଗଛକୁ ଆମ ନିଜ ପରିବାର ସଦସ୍ୟ ଭାବି ଭଲ ପାଇବା ।

Post a Comment

Previous Post Next Post