ସର୍ବ ଭାରତ ବନ୍ଦ ଡାକରା କୁ ସମର୍ଥନ ଜଣାଇ ସିନ୍ଧେକେଲା ଠାରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ମିଳିତ ସଂଘ ପକ୍ଷ ରୁ ସିନ୍ଧେକେଲା ବନ୍ଦ ପାଳିତ


ବଙ୍ଗୋମୁଣ୍ଡା /ସିନ୍ଧେକେଲା (ଆଜତକ ଓଡ଼ିଶା) : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଠାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମିଳିତ ସଂଘ ପକ୍ଷ ରୁ ସିନ୍ଧେକେଲା ଠାରେ ବନ୍ଦ ପାଳିତ ହୋଇଯାଇଅଛି। ସିନ୍ଧେକେଲା ଠାରେ ୪୨ନମ୍ବର ରାଜ୍ୟ ରାଜପଥ କୁ ଅବରୋଧ କରିଥିବା ବେଳେ ସକାଳ ୬ ଘଣ୍ଟା ରୁ ଅପରାହ୍ନ ୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ପାଳିତ ହୋଇଅଛି। ବନ୍ଦ ପାଳିତ ସମ୍ପୂର୍ଣ୍ଣ ସଫଳ ହୋଇଅଛି। ଆଜି ଅଖ ଚକ ବନ୍ଦ ବନ୍ଦ ରହିଅଛି। ରାଜପଥ ରେ ବହୁ ସଂଖ୍ୟକ ଯାନବାହାନ ଅଟକି ରହିଅଛି। ସଂରକ୍ଷଣ ବ୍ୟବସ୍ଥା ରେ କୌଣସି ପରିବର୍ତ୍ତନ ଆବଶ୍ୟକ ନ ଥିବା ବେଳେ ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ମନ୍ତବ୍ୟ ବିରୋଧ ରେ ଏହି ଆନ୍ଦୋଳନ କୁ ଓହ୍ଲାଇଛନ୍ତି। କ୍ରିମିଲିୟର ଉଚ୍ଛେଦ ନ ହେବା ସହ ଆରକ୍ଷଣ ଭିତରେ ଆରକ୍ଷଣ ଦେବା କୁ ଦେବେ ନାହିଁ ବୋଲି ସ୍ଲୋଗନ୍ ଦେଇଛନ୍ତି।

Post a Comment

Previous Post Next Post