ଧର୍ମଗଡ,୨୧/୮ ,ଆଜତକ ଓଡ଼ିଶା (ପ୍ରଦିପ ସେଠିଆ) ଭାରତ ବନ୍ଦ ଡାକରା ଦେଇଛି ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ମିଳିତ କମିଟି । ସଂରକ୍ଷଣ କୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟ କୁ ବିରୋଧ କରି ଏହି ସବୁ ସଂଗଠନ ଗୁଡିକ ବନ୍ଦ ଡାକରା ଦେଇଛନ୍ତି । ଅଗଷ୍ଟ ୧ ତାରିଖ ରେ ସୁପ୍ରିମକୋର୍ଟ ର ୭ ଜଣିଆ ଖଣ୍ଡପୀଠ ଏହାକୁ ଅନୁମତି ଦେଇଥିଲେ । ଅନୁସୂଚିତ ଜାତି ଜନଜାତି କ୍ୟାଟେଗୋରୀ ତାଲିକା ରେ ଉପ ଜାତି ମଧ୍ୟ ସଂରକ୍ଷଣ ପାଇପାରିବ ବୋଲି ଅନୁମତି ଦେଇଥିଲେ । ସରଳ ଭାଷା ରେ କହିବାକୁ ଗଲେ ଏସସି ଓ ଏସଟି ତାଲିକା ଭିତରେ ସବ - ଲିଷ୍ଟ କରି ଅଲଗା ଅଲଗା ସଂରକ୍ଷଣ ଦିଆଯାଇପାରିବ । ଏପରି କଲେ ସାମାଜିକ ଓ ଆର୍ଥିକ କ୍ଷେତ୍ର ରେ ଦୁର୍ବଳ ଲୋକଙ୍କୁ ସଂରକ୍ଷଣ ର ସୁବିଧା ମିଳିପାରିବ । ଏହି ରାୟ ବିରୋଧରେ ସ୍ୱର ଉଠାଇଛନ୍ତି ଦଳିତ, ଆଦିବାସୀ ସଂଗଠନ । ଏହି ରାୟ ର ପ୍ରତିବାଦ ରେ ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ।ଆଜି ସକାଳୁ ସକାଳୁ ଅନୁସୁଚିତ ଜାତି,ଜନଜାତି ମିଳିତ ମଞ୍ଚର କର୍ମକର୍ତ୍ତା ମାନେ ସହରର ବ୍ଲକ ଛକ, ନଳୀନି ଛକ ଓ କୁଞ୍ଜ ଛକ ଆଦି ସ୍ଥାନରେ ପିକେଟିଙ୍ଗ କରି ଗାଡି ମୋଟର ବନ୍ଦ କରିଛନ୍ତି । ଆଜି ସକାଳ ୬ଟାରୁ ସଂନ୍ଦ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟା ଧରି ବନ୍ଦ ପାଳନ କରୁଥିବା ବେଳେ ବନ୍ଦର ପ୍ରଭାବରେ ଧର୍ମଗଡ , ବେହେରା , ପର୍ଲା, ଠାରେ ବଜାର ,ଦୋକାନ ଗାଡ଼ି ମୋଟର ,ସ୍କୁଲ,କଲେଜ ଓ ସମସ୍ତ ସରକାରୀ,ବେସରକାରୀ କାର୍ଯ୍ୟାଳୟ ସବୁ କୁ ପିକେଟିଙ୍ଗ କରି ବନ୍ଦ କରିଛନ୍ତି । ଗତ ଅଗଷ୍ଟ ୧ତାରିଖ ଦିନ ସୁପ୍ରିମକୋର୍ଟ ଦେଇଥିବା କ୍ରୀମିଲୟରଙ୍କୁ ସଂରକ୍ଷଣ ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି । ଆଗାମୀ ଦିନରେ କେନ୍ଦ୍ର ସରକାର ଏକ ଅର୍ଡିନାନ୍ସ ବା ଅଧ୍ୟାଦେଶ ଆଣି ଏହି ସଂରକ୍ଷଣକୁ ବାତିଲ କରିବାକୁ ଦାବୀ କରିଛନ୍ତି ଏହି ମିଳିତ ମଞ୍ଚର କର୍ମକର୍ତ୍ତା ମାନେ । ବନ୍ଦ ବେଳେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ସୂଚନା ମିଳିଛି ।

Post a Comment