ପାଣିପମ୍ପ କେବୁଲ ଚୋରି, ଜଳ ଯୋଗାଣ ଠପ୍


କର୍ଲାମୁଣ୍ଡା: (ମହେନ୍ଦ୍ର ପ୍ରଧାନୀ) କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ତେଲ ନଦୀ କୂଳରେ ଥିବା ୨ଟି ପାଣିପମ୍ପ ହାଉସରୁ ବିଦ୍ୟୁତ୍ ତମ୍ବା କେବୁଲ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଫଳରେ ତେରେସିଂହା ଓ ରିଷିଡା ଗ୍ରାମକୁ ଜଳ ଯୋଗାଣ ବନ୍ଦ ରହିଛି । ପାଣିପମ୍ପ ହାଉସରୁ କୂପ ତଳ ମଟରକୁ ସଂଯୋଗ କରୁଥିବା ବିଦ୍ୟୁତ୍ ତମ୍ବା କେବୁଲକୁ ଶନିବାର ରାତ୍ରୀରେ ଦୃର୍ବୃତ୍ତ ମାନେ ଚୋରି କରି ନେଇଥିବା ରବିବାର ସକାଳେ ଜଣା ପଡ଼ିଥିଲା । ସକାଳେ ପାଣିପମ୍ପ ଚାଲୁ କରିବାକୁ ପମ୍ପ ଚାଳକ କଣ୍ଠ ରଣା ଯାଇଥିବା ବେଳେ ପମ୍ପ ଘରର ତାଲା ଭଙ୍ଗା ହୋଇଥିବା ଦେଖିଥିଲେ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଫୋନ୍ କରି ଜଣାଇଥିଲେ । ପରେ ବିଭାଗୀୟ ଅଧିକାରୀ ମାନେ ପହଞ୍ଚି ତଦନ୍ତ କରିବା ସହ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଏ ।

Post a Comment

Previous Post Next Post