ବାଲେଶ୍ୱର : ୨୬/୦୮ ଶିଶୁ ବିକାଶ ବିଦ୍ୟା ମନ୍ଦିର, ସହଦେଵଖୁଣ୍ଟା, ବାଲେଶ୍ୱର ପରିସର ରେ ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଓଡିଶା ପକ୍ଷ ରୁ ସଂଭାଗ ସ୍ତରୀୟ ସାମୁହିକ ଆଚାର୍ଯ୍ୟ ଏବଂ ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହୋଇ ଯାଇଅଛି। ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ,ସହ ସମ୍ପାଦକ ତଥା ଉତ୍ତର ସଂଭାଗ ପ୍ରମୁଖ ଶ୍ରୀ ଯୁକ୍ତ ଜିତେନ୍ଦ୍ର ପ୍ରହରାଜ ଙ୍କ ତ୍ୱତାବଧାନ ରେ ପରିଚାଳିତ ଏହି ପ୍ରଶିକ୍ଷଣ ଶିବିର ରେ ବାଲେଶ୍ୱର, ଭଦ୍ରକ ଏବଂ ମୟୁରଭଞ୍ଜ ରେ ଥିବା ସମସ୍ତ ଶିଶୁ ବିକାଶ ମନ୍ଦିର ର ପ୍ରାୟ ୮୦ ରୁ ଉର୍ଦ୍ଧ୍ୱ ଆଚାର୍ଯ୍ୟ ଏବଂ ଆଚାର୍ଯ୍ୟା ମାନେ ଅଂଶ ଗ୍ରହଣ କରିଥିଲେ। ଉକ୍ତ ପ୍ରଶିକ୍ଷଣ ର ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ବିଧାୟକ ( ବାଲେଶ୍ୱର ସଦର ) ଶ୍ରୀଯୁକ୍ତ ମାନସ କୁମାର ଦତ୍ତ , ମୁଖ୍ୟବକ୍ତା ଭାବରେ ବାଲେଶ୍ୱର ପୌରପାଳିକା ର ପୌରାଧକ୍ଷା ଶ୍ରୀମତୀ ସବିତା ସାହୁ , ,ସମ୍ମାନିତ ଅତିଥି ଭାବରେ ବାଲେଶ୍ୱର ପୌରପାଳିକା ର ୨୨ ନମ୍ବର ୱାର୍ଡ ର କାଉନସିଲାର ଶ୍ରୀଯୁକ୍ତ ଦେବାଶିଷ ସିଂହ ଉପସ୍ଥିତ ଥିଲେ ଉକ୍ତ କାର୍ଯ୍ୟକ୍ରମ କୁ ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଓଡିଶା ର ସମ୍ପାଦକ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ର ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ମହାନ୍ତି , ଶିଶୁ ବିକାଶ ବିଦ୍ୟା ମନ୍ଦିର, ସହଦେଵଖୁଣ୍ଟା, ବାଲେଶ୍ୱର ସଭାପତି ଶ୍ରୀଯୁକ୍ତ ଚନ୍ଦନ କୁମାର ଗିରି,ମୟୁରଭଞ୍ଜ ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ମହାନ୍ତ ପ୍ରଭୃତି ମଞ୍ଚସ୍ଥ ଥିଲେ। ଶିଶୁ ବିକାଶ ବିଦ୍ୟା ମନ୍ଦିର, ସହଦେଵଖୁଣ୍ଟା ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରସ୍ମୀକାନ୍ତ ପଣ୍ଡା, କାଁସ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଜୟଦେବ ପାତ୍ର, ବୈଦିକ ଗଣିତ ଶିକ୍ଷକ ଭାବରେ ଶ୍ରୀଯୁକ୍ତ ଚନ୍ଦନ କୁମାର ଦାସ,ପ୍ରାନ୍ତ ବ୍ୟବସ୍ଥା ପ୍ରମୁଖ କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ତୁଲାଇ ଥିଲେ ଶିଶୁ ବିକାଶ ବିଦ୍ୟା ମନ୍ଦିର, ସହଦେଵଖୁଣ୍ଟା ର ଗୁରୁଜୀ ଗୁରମା ମାନଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମାପ୍ତ ହୋଇ ଯାଇଅଛି। ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ର ଏପରି ପ୍ରଶିକ୍ଷଣ ବ୍ୟବସ୍ଥା ପ୍ରତ୍ୟେକ ସଂଭାଗ ସ୍ତର ରେ ହୋଇ ପ୍ରତ୍ୟେକ ଶିଶୁ ବିକାଶ ବିଦ୍ୟା ମନ୍ଦିର ର ଆଚାର୍ଯ୍ୟ ଏବଂ ଆଚାର୍ଯ୍ୟା ମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ଦେବା ସଂଗେ ସଂଗେ ପ୍ରତ୍ୟେକ ଶିଶୁ ବିକାଶ ବିଦ୍ୟା ମନ୍ଦିର ର ଉନ୍ନତି ଏବଂ ଏଠାରେ ଅଧ୍ୟୟନ କରୁଥିବା ପ୍ରତ୍ୟେକ ଶିଶୁ ମାନଙ୍କର ଅଧ୍ୟାତ୍ମିକ, ଗୁଣାତ୍ମକ ଏବଂ ବୈଷୟିକ ଶିକ୍ଷା ର ଉନ୍ନତି ପାଇଁ ଏହିପରି ଅନେକ କାର୍ଯ୍ୟକ୍ରମ ଆଗକୁ ତ୍ୱରାନ୍ୱିତ କରାଯିବା ଉଦ୍ଦେଶ୍ୟ ରେ ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଓଡିଶା ପକ୍ଷ ରୁ ଆୟୋଜନ କରାଯାଇଅଛି।

Post a Comment