ବଲାଙ୍ଗିର : ୧୦/୯ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଗମ୍ଭାରୀ ଅଙ୍ଗନୱାଡି କେନ୍ଦ୍ର ପରିସରରେ ଶନିବାର ଜାତୀୟ କୃମିନାଶକ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଗ୍ରାମର ଆଶାକର୍ମୀ ସନ୍ତୋଷିନୀ ବିଶ୍ୱାଳ ଓ ଇନ୍ଦିରା ଦାସ ଉପସ୍ଥିତ ରହି କୁନି କୁନି କୋମଲମତି ଶିଶୁ ମାନଙ୍କୁ (୧-୫ ବର୍ଷ ) ଔଷଧ ଖୁଆଇବା ସହ ଏହା ଖାଇବା ଦ୍ଵାରା ପିଲାମାନଙ୍କଠାରେ ରକ୍ତହୀନତା ନିୟନ୍ତ୍ରଣ, ପୃଷ୍ଟିହୀନତାରୁ ରକ୍ଷା, ଏକାଗ୍ରତା ବଢ଼ିବା ସହିତ ଶିକ୍ଷା ଦକ୍ଷତା ବୃଦ୍ଧି ଭଳି ବିଭିନ୍ନ ଦିଗରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ। ଏହି ଦିବସରେ ଆଶାକର୍ମୀ ସନ୍ତୋଷିନୀ ବିଶ୍ୱାଳ ଆଲୋକପାତ କରିବା ସହିତ ନିଜେ କୃମିନାଶକ ଔଷଧ ଖାଇ କେନ୍ଦ୍ରର ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନୱାଡି କର୍ମୀ ସାବିତ୍ରୀ ସା, ଜୟନ୍ତୀ ବିଶି,ଏନଏମ ତପସ୍ୱିନୀ ପଧାନ ଏବଂ ଅଭିଭାବକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ବିଦ୍ୟାଳୟ ସ୍ତରରେ ଶିକ୍ଷକମାନଙ୍କ ଦ୍ୱାରା ଓ ବିଦ୍ୟାଳୟକୁ ଯାଉନଥିବା ପିଲାମାନେ ସେମାନଙ୍କ ଅଞ୍ଚଳରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର କର୍ମୀ ଓ ଆଶା କର୍ମୀମାନଙ୍କ ଦ୍ୱାରା ଏହି ଔଷଧ ଖାଇବେ ବୋଲି ବଲାଙ୍ଗିର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Post a Comment