ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟରେ ରେଡକ୍ରସ୍ ତରଫରୁ ଜାତୀୟ କୃମି ନାଶକ ଦିବସ ପାଳିତ


ବାଲେଶ୍ୱର, ୧୦/୮(ଲକ୍ଷ୍ମୀଧର ବାରିକ) ସମ୍ପ୍ରତି ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟର ହେରିଟେଜ ହଲ ପରିସରରେ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଅଛି । ଏହି କାର୍ଯକ୍ରମକୁ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ଡ. ଶାନ୍ତନୁ କୁମାର ଦାସ ଉଦ୍ଘାଟନ କରି ଦିର୍ଘ୍ ସମୟ ଧରି ଛାତ୍ର ଛାତ୍ରୀ ମାନେ କେଉଁ ଭଳି ଭାବେ ବିଭିନ୍ନ ଜିନିଷ ଉପରେ ଧ୍ୟାନ ଦେଲେ କୃମିଠୁ ମୁକ୍ତି ପାଇବେ ଓ ସଚେତନ ରହିବେ ବୋଲି କହିଥିଲେ। ଏହି କାର୍ଯକ୍ରମର ସଭାପତିତ୍ବ ଅଧକ୍ଷ ପ୍ରଦୀପ କୁମାର ରଣା କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟ ରେ ଉପାଧ୍ୟକ୍ଷ ତଥା ପ୍ରଶାସନିକ ଅଧିକାରୀ ଡ ସନ୍ତୋଷ କୁମାର ରାଉତ, ଆକାଡାମିକ ମୁଖ୍ୟ ସୋନାଲିସା ମହାନ୍ତି, ମହା ବିଦ୍ୟାଳୟର ରେଡକ୍ରସ୍ ମୁଖ୍ୟ ଡ ଅଞ୍ଜନା ବେହେରା ଓ ଉପଦେଷ୍ଟା ଡକ୍ଟର ଭାଗବତ ଭୂୟାଁ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ଆଶା ସହାୟିକା, ରେଡକ୍ରସ୍ କାଉନ୍ ସିଲର ରାଜେଶ୍ ଦେ, ପ୍ରଦୀପ କୁମାର ଗଂଗେଇ ଓ ଲକ୍ଷ୍ମୀ ନାରାୟଣ ନାୟକ ଏବଂ ସେକ୍ସନ ଅଧିକାରୀ ଶ୍ରୀ ବଳରାମ ନାଏକ ଉପସ୍ଥିତ ଥିଲେ। ଏହି କାର୍ଯକ୍ରମ ରେ ପିଲା ମାନକୁ ଖାଦ୍ୟ ଓ ଜଳପାନ ଦେବା ସହ କୃମି ନିରୋଧ ଔଷଧ ଆଶା ଦିଦିଙ୍କ ପରାମର୍ଶ କ୍ରମେ ଦିଆ ଯାଇଥିଲା। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମଧ୍ୟ ଏହି କାର୍ଯକ୍ରମରେ ଉପସ୍ଥିତ ରହିଥିଲେ।। ଆଗମୀ ୧୭ ତାରିଖ ରେ ଏହାର ଆଉ ଏକ ପାନ ଛାତ୍ର ଛାତ୍ରୀ ମାନଙ୍କୁ ଦିଆ ଯିବ।

Post a Comment

Previous Post Next Post