ବେହେରା ସରସ୍ଵତୀ ଶିଶୁମନ୍ଦିର ରେ ଜାତୀୟ କୃମି ନାଶକ ଦିବସ ପାଳନ


ଧର୍ମଗଡ (ଆଜତକ ଓଡ଼ିଶା),ପ୍ରଦିପ ସେଠିଆ:୧୦।୮
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଶୁକ୍ରବାର ଜାତୀୟ କୃମିନାଶକ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଗ୍ରାମର ଆଶାକର୍ମୀ ଗୋମତୀ ନାଏକ ଉପସ୍ଥିତ ରହି ଛାତ୍ରୀ ଛାତ୍ର ଙ୍କୁ ଔଷଧ ଖୁଆଇବା ସହ ଏହା ଖାଇବା ଦ୍ଵାରା ପିଲାମାନଙ୍କଠାରେ ରକ୍ତହୀନତା ନିୟନ୍ତ୍ରଣ, ପୃଷ୍ଟିହୀନତାରୁ ରକ୍ଷା, ଏକାଗ୍ରତା ବଢ଼ିବା ସହିତ ଶିକ୍ଷା ଦକ୍ଷତା ବୃଦ୍ଧି ଭଳି ବିଭିନ୍ନ ଦିଗରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ। ପ୍ରଧାନ ଆଚାର୍ଯ୍ୟ କ୍ଷମା ପ୍ରସାଦ ନାଏକଏହି ଦିବସ ଉପରେ ଆଲୋକପାତ କରିବା ସହିତ ନିଜେ କୃମିନାଶକ ଔଷଧ ଖାଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଚାର୍ଯ୍ୟ ସୁବାସ ଚନ୍ଦ୍ର ଗୋପାଳ,ପ୍ରେମ ଚାନ୍ଦ ରଣା, ଥକିତ୍ ବୋଡକିଆ, ଶିଖା ରାଣୀ ମହାପାତ୍ର,କଲ୍ୟାଣୀ ସିଂହ,କମଳା ପ୍ରଧାନୀ, ସଂଘମିତ୍ରା ସିଂହ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ବିଦ୍ୟାଳୟ ସ୍ତରରେ ଶିକ୍ଷକମାନଙ୍କ ଦ୍ୱାରା ଓ ବିଦ୍ୟାଳୟକୁ ଯାଉନଥିବା ପିଲାମାନେ ସେମାନଙ୍କ ଅଞ୍ଚଳରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର କର୍ମୀ ଓ ଆଶା କର୍ମୀମାନଙ୍କ ଦ୍ୱାରା ଏହି ଔଷଧ ଖାଇବେ ବୋଲି କଳାହାଣ୍ଡି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Post a Comment

Previous Post Next Post