ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବାଘାଯତୀନ ସଂଗଠନ ର ରକ୍ଷା ବନ୍ଧନରେ ଅଭିନବ ପ୍ରୟାସ


ବାଲେଶ୍ୱର,୨୧/୮ (ଲକ୍ଷ୍ମୀଧର ବାରିକ): ମଣିଷ ଜନ୍ମ ଦ୍ଵାରା ନୁହେଁ ବରଂ ତାର ସୁ କର୍ମ ଦ୍ଵାରା ମହାନ ହୋଇ ଥାଏ। ରକ୍ଷା ବନ୍ଧନ ଉତ୍ସବ ଏକ ପବିତ୍ର ଉତ୍ସବ,ଏହା ସମାଜ ମଧ୍ୟରେ ଏକତା ଓ ସହଯୋଗ ର ନିବିଡ଼ ବନ୍ଧନ ସୃଷ୍ଟି କରେ । ଜୀବନରେ ଆନନ୍ଦ ଓ ପ୍ରେରଣା ଭରି ଦେଇ ସ୍ନେହର ପ୍ରତିକ ଭାବେ ଭଉଣୀ ଟିଏ ତା ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ।ଏହି ରକ୍ଷାବନ୍ଧନ ଭାଇ, ଭଉଣୀ ର ସମ୍ପର୍କ କୁ ସୁଦୃଢ଼ କରି ସମ୍ପର୍କ କୁ ବିଶ୍ଵାସ ସହିତ ଆଗକୁ ଆଗେଇ ନିଏ। ଯେଉଁ ସ୍ନେହ,ପ୍ରେମ,ଓ ପ୍ରତ୍ୟୟ ହେଉଥିବା ଭାଇ ଭଉଣୀ ର ସମ୍ପର୍କ ସୂତାଟି ପାଲଟି ଯାଏ ଏକ ଅମୂଲ୍ୟ ର ପ୍ରତିକ। ଯେଉଁ ସମ୍ପର୍କ ଠାରୁ ବଡ଼ ସମ୍ପର୍କ କିଛି ନ ଥାଏ।ହେଲେ ଯେଉଁ ଭାଇ ମାନଙ୍କର କେହି ନ ଥାନ୍ତି ନା ପାଖରେ ଭାଇ ନା ବାପା ,ନା ମାଆ ।ଏ ସମାଜ ରେ ଭିନ୍ନ ପରିଚୟ ନେଇ ଯେଉଁ ମାନେ ବଞ୍ଚନ୍ତି ସେମାନଙ୍କ କଥା କେବେ ଭାବିଛନ୍ତି କିଏ ବାନ୍ଧିବ ସେମାନେ ହାତରେ ରାକ୍ଷୀ । କାହାକୁ ସେମାନେ ଭଉଣୀ ବୋଲି ଡାକିବେ। ଯେଉଁ ରାକ୍ଷୀ ଗୋଟିଏ ଭାଇ,ଭଉଣୀ ପାଇଁ ସବୁଦିନ ପାଲଟି ଯାଏ ବିଶ୍ଵାସ ଓ ବିଜୟ ର ପ୍ରତୀକ।ହେଲେ ଆଜି ଭଳି ଦିନରେ ଅନେଇ ବସିଥିବା ବସ୍ତା ମଥାନୀ ରେ ଥିବା ମାଗୁଣି ଚରଣ ବାଳାଶ୍ରମ ର ସମସ୍ତ କୁନି କୁନି ଭାଇ ମାନଙ୍କ ହାତରେ ବାଘାଯତୀନ ସଂଗଠନ ର ସଦସ୍ୟ ସଦସ୍ୟା ମାନେ ରାକ୍ଷୀ ବାନ୍ଧି ଜଣାଇ ଦେଇଛନ୍ତି ଯେ ତୁମ ମାନଙ୍କ ର ସମସ୍ତ ପରିବାର ଅଛନ୍ତି ତୁମ ମାନଙ୍କ ସହିତ ତୁମ ଭଉଣି ମାନେ ବି ଅଛନ୍ତି , କହିବାକୁ ଗଲେ ରିତି ନୀତି ଅନୁସାରେ ଫୁଲ,ଚନ୍ଦନ ମୁଣ୍ଡରେ ଲଗାଇବା ସହିତ ଦ୍ଵିପ ଜଳେଇ ବନ୍ଦା ପନା କରି ସଙ୍ଗଠନ ସମସ୍ତ କର୍ମକର୍ତ୍ତା କୁନି କୁନି ପିଲା ମାନଙ୍କୁ ମିଠା ଖୁଆଇ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ ଖାଲି ଏତିକିରେ ସରି ନ ଥିଲା ବାଘାଯତୀନ ସଂଗଠନ ର କର୍ମ କର୍ତ୍ତା ମାନଙ୍କର ଦିଇତ୍ବ ଓ କର୍ତ୍ତବ୍ୟ। ପାଖାପାଖି ୧୩୦ ପିଲା ମାନଙ୍କ ସହିତ ରହି ସମୟ ବିତାଇ କିଛି ଖୁସି ବାଣ୍ଟିଵା ସହିତ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।ଏହି ବାଘାଯତୀନ ସଙ୍ଗଠନ ର ସଦସ୍ୟ ସଦସ୍ୟା ମାନଙ୍କର ନିଆରା ପ୍ରୟାସ କୁ ବୃଦ୍ଧି ଯିବି ମହଲରେ ବେଶ ପ୍ରଶଂସା କରାଯାଇଛି।

Post a Comment

Previous Post Next Post