ଗମ୍ଭାରୀରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ


ବଲାଙ୍ଗିର :-26/08(ଗଣେଶ ଦାସ ):-ଆଜିର ଦିନରେ ଭଗବାନ ଶ୍ରୀ କୃଷ୍ଣ ଜନ୍ମଗ୍ରହଣ କରିଥିବାରୁ ତାକୁ ଜନ୍ମାଷ୍ଟମୀ ଭାବରେ ପାଳନ କରାଯାଉଛି । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଅବା ପବିତ୍ର ଜନ୍ମାଷ୍ଟମୀ ଆଜି ବଲାଙ୍ଗିର ଜିଲ୍ଲାର ପୁରପଲ୍ଲୀ ରେ ନିଷ୍ଠା ର ସହ ପାଳିତ ହେଉଛି । ଆଜି ମଧ୍ୟ ରାତ୍ରୀ ରେ ଧରାପୃଷ୍ଟ ରେ ଜନ୍ମ ନେବେ ଶ୍ରୀକୃଷ୍ଣ । ଜନ୍ମାଷ୍ଟମୀ ପାଇଁ ଉତ୍ସବ ମୁଖର ହୋଇଉଠିଛି ପୁରପଲ୍ଲୀ । ଆସନ୍ତାକାଲି ନନ୍ଦଉତ୍ସବ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଗମ୍ଭାରୀ ମଧ୍ୟ ପଡ଼ାରେ ଜନ୍ମାଷ୍ଟମୀ ବହୁତ ଧୁମଧାମରେ ପାଳିତ ହୋଇଯାଇଛି । ପୂଜକ ଦାଶରଥି ଦାସ ଥିବା ବେଳେ ସାହିର ଅନେକ ଭକ୍ତଶ୍ରଦ୍ଧାଳୁ ଯୋଗଦାନ କରିଥିଲେ ।

Post a Comment

Previous Post Next Post