ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ମହା ସଂଘ ପକ୍ଷ ରୁ ଭାରତବନ୍ଦ କୁ ସମର୍ଥନ ଜଣାଇ ବନ୍ଦ ପାଳିତ


ବଙ୍ଗୋମୁଣ୍ଡା (ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ମହା ସଂଘ ପକ୍ଷ ରୁ ଭାରତ ବନ୍ଦ କୁ ସମର୍ଥନ ଜଣାଇ ବଙ୍ଗୋମୁଣ୍ଡା ବ୍ଲକ ବ୍ୟାପୀ ବନ୍ଦ ପାଳନ କରିଥିଲେ । ବ୍ଲକ ର ବଙ୍ଗୋମୁଣ୍ଡା, ସିନ୍ଧେକେଲା, ଚାନ୍ଦୋତରା ରେ ବନ୍ଦ ପାଳିତ ହେଉଥିବା ବେଳେ ୩୫୩ ନମ୍ବର ଜାତୀୟ ରାଜପଥ କୁ ବଙ୍ଗୋମୁଣ୍ଡା ରେ ଅବରୋଧ କରିଛନ୍ତି। ଭାରତ ବନ୍ଦ ପାଳନ କୁ ସମର୍ଥନ ଜଣାଇ ଆଜି ବନ୍ଦ ପାଳନ ସମ୍ପୂର୍ଣ ରୂପେ ସଫଳ ହୋଇଅଛି। ଏହି ବନ୍ଦ ପାଳନ ରେ ସରକାରୀ ବେସରକାରୀ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନ, ସ୍କୁଲ କଲେଜ, ବ୍ୟାଙ୍କ୍, ଦୋକାନ ବଜାର ବନ୍ଦ ରହିଥିବା ବେଳେ ଅଖ ଚକ ବନ୍ଦ ରହିଅଛି। ସଂରକ୍ଷଣ ବ୍ୟବସ୍ଥା କୁ ନେଇ ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ଦେଇଥିବା ମନ୍ତବ୍ୟ କ୍ରୀମିଲେୟର କୁ ଉଚ୍ଛେଦ କରିବା ସହ ସଂରକ୍ଷଣ ଉପରେ ସଂରକ୍ଷଣ ବ୍ୟବସ୍ଥା କୁ ଗ୍ରହଣ କରାଯିବ ନାହିଁ ବୋଲି କହନ୍ତି। ସମ୍ବିଧାନରେ ସଂରକ୍ଷଣ ବ୍ୟବସ୍ଥା କୌଣସି ପରିବର୍ତ୍ତନ କୁ ଗ୍ରହଣ କରାଯିବ ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି। ଏହି ବନ୍ଦରେ ବ୍ଲକର ଶତାଧିକ ଜନସାଧାରଣ ସାମିଲ ହୋଇଥିଲେ ।

Post a Comment

Previous Post Next Post