ନୂଆଁଖାଇରେ ୩ ଦିନ ସରକାରୀ ଛୁଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ


କଣ୍ଟାବାଞ୍ଜି , ୨୭/୦୮ (ଆଜତକ୍ ଓଡ଼ିଶା), ପଞ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଆଉ କିଛି ଦିନ ପରେ ପାଳନ ହେବ । ପଞ୍ଚିମ ଓଡିଶାର ଏହା ମହାନ ପର୍ବ । ଯିଏ ଯେଉଠି ନା ଥାଉ କାହିକି ଏହି ଡିଆଙ୍କୁ ଅପେକ୍ଷା କରିଥାଏ । ନୂଆଁଖାଇ ଲଗ୍ନ ତାରିଖ ଘୋଷଣା ହେଲା ପରେ କେମିତି ସେ ନିଜ ଘରକୁ ଯାଇ ନିଜ ପରିବାର ସହ ଏହି ପର୍ବ ପାଳନ କରିବ ସେନେଇ ଖୁସି ମନେଇଥାଏ । ତେବେ ଏହି ପର୍ବରେ ୩ ଦିନ ସରକାରୀ ଛୁଟି ଘୋଷଣା କରିବାକୁ ଦାବି ହେଉଛି । କୋଶଳ ମୁକ୍ତି ମୋର୍ଚା କଣ୍ଟାବାଞ୍ଜିର ସଦସ୍ୟ ମାନେ ଆଜି ସ୍ଥାନୀୟ ତହସିଲ ଅଫିସ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ଦେଇଥିଲେ । ଦାବିପତ୍ର ଦେବା ସମୟରେ ରାଜୁ ବାରିକ , ଲୋକେଶ ଭୋଇ , ଜଗଦୀଶ ନାଗ , କାହ୍ନା ଦୀପ , ଜୟତି ବନଛୋର, ସୋହନ ଦାଶ , ସୁବାଶ ରଣା , ଗିରି ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post