ସୁମିତ୍ରା ସାହୁ କରିଲେ ସଚେତନତା ସହିତ ତାଳ ମଞ୍ଜି ରୋପଣ


ଆଜତକ ଓଡ଼ିଶା : ଦିନକୁ ଦିନ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ପ୍ରମୁଖ କାରଣ ତାଳଗଛ ସଂଖ୍ୟାରେ ବ୍ୟାପକ ହ୍ରାସ ବୋଲି ପାଣିପାଗ ବିଶେଷଜ୍ଞମାନେ କହୁଛନ୍ତି। ସାଧାରଣତଃ ତାଳଗଛ ଅଧୂକ ଉଚ୍ଚ ହୋଇଥିବାରୁ ବଜ୍ରପାତ ଏହା ଉପରେ ପଡ଼ିଥାଏ । କିନ୍ତୁ ତାଳଗଛ ସଂଖ୍ୟା କମି ଯାଇଥୁବାରୁ ବିଲବାଡ଼ିରେ କାମ କରୁଥିବା ଲୋକେ ଏବେ ବଜ୍ରପାତର ଶିକାର ହେଉଛନ୍ତି । ତେଣୁ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ନିମନ୍ତେ ଢେଙ୍କାନାଳ ଜିଲ୍ଲାର ପରିବେଶବିତ୍ ଓ ସମାଜସେବୀ ସୁମିତ୍ରା ସାହୁ ଜିଲ୍ଲାର ବିଭିନ୍ନ ଗ୍ରାମରେ ତାଳଗଛ ଗଛର ଉପକାରିତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଚାଷଜମି ନିକଟ ଅଞ୍ଚଳ,ଜଙ୍ଗଲ ଏବଂ ଗ୍ରାମ ବାହାରେ ତାଳ ମଞ୍ଜି ରୋପଣ କରୁଛନ୍ତି । ତାଳଗଛ କେବଳ ବଜ୍ରପାତରୁ ଲୋକଙ୍କୁ ସୁରକ୍ଷା ଦେବ ତାହା ନୁହେଁ, ଏହା ହାତୀ ଉପଦ୍ରବରୁ ମଧ୍ୟ ଗ୍ରାମବାସୀଙ୍କୁ ରକ୍ଷା କରିପାରିବ ତାଳମଞ୍ଜି ରୋପଣ ଓ ସଚେତନ ଗ୍ରାମବାସୀଙ୍କ ସହ ସୁମିତ୍ରା ତାଳ ଗଛ ରୋପଣ ଚେତନତା କରୁଛନ୍ତି । ଖାଦ୍ୟ ଅଭାବରୁ ଦିନକୁ ଦିନ ହାତୀପଲ ଗ୍ରାମ ମଧ୍ୟକୁ ପ୍ରବେଶ କରୁଥିବା ବେଳେ ତାଳଗଛ ଥୁଲେ ହାତୀଙ୍କ ପାଇଁ ଖାଦ୍ୟ ଅଭାବ ନିଶ୍ଚିତ ପୂରଣ କରିପାରନ୍ତା। ଫଳରେ ହାତୀ ମଣିଷ ବିବାଦ ମଧ୍ଯ ରୋକା ଯାଇପାରନ୍ତା ଚଳିତ ତାଳଗଛ ଲଗାନ୍ତୁ ପରିବେଶକୁ ସୁରକ୍ଷା ଦିଅନ୍ତୁ ଏଥିରେ ତାଙ୍କୁ ଗ୍ରାମର ଦୀପକ କୁମାର ସାହୁ, ସୁଶ୍ରୀ ଲୋରା ସାହୁ,ସ୍ୱାଧୀନ ନାୟକ,ଆଲୋକ ସାହୁ ସେବା କାର୍ଯ୍ୟରେ ସହଯୋଗ କରିଥିଲେ ।

Post a Comment

Previous Post Next Post