ସିନ୍ଧେକେଲା ଶିଶୁ ମନ୍ଦିରରେ ସଂକୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା


ସିନ୍ଧେକେଲା (ଆଜତକ୍ ଓଡ଼ିଶା) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନ ସମାରୋହରେ ସ୍ଥାନୀୟ ସମିତି ସଭ୍ୟ ଭୋଲାନାଥ ବେହେରା ମୂଖ୍ୟ ଅତିଥି , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚୋଖେଲାଲ ପ୍ରଧାନୀ ସମ୍ପାଦକ ଅଶୋକ କୁମାର ସାହୁ ସଂକୁଳ ସଂଯୋଜକ ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ବିଷ୍ଣୁ ପ୍ରସାଦ ପୂଜାରୀ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସମାରୋପ କାର୍ଯ୍ୟକ୍ରମ ରେ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତିର ଜେଇ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ ମିହିର କୁମାର ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ମତବ୍ୟକ୍ତ କରିଥିଲେ । ଉକ୍ତ ଜ୍ଞାନ ବିଜ୍ଞାନ ମେଳାରେ ଟିଟିଲାଗଡ଼ ସଂକୁଳ ଅନ୍ତର୍ଗତ ୯ଟି ବିଦ୍ୟାଳୟର ମୋଟ ୧୯୮ ଭାଇ ଭଉଣୀ ଅଂଶଗ୍ରହଣ କରିଥିଲେ । ମଞ୍ଚ ପରିଚାଳନା ବରିଷ୍ଠ ଆଚାର୍ଯ୍ୟ ଜୟ ଶଙ୍କର ସିଂଦେଓ କରିଥିବା ବେଳେ ବିଦ୍ୟାଳୟ ସହ ସମ୍ପାଦକ ଭଜମନ ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା କମିଟିର ସମସ୍ତ ସଦସ୍ୟ ସହ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ସେବକ ସେବିକା ସହଯୋଗ କରିଥିଲେ ।

Post a Comment

Previous Post Next Post