ବାଲେଶ୍ୱର,୧୦/୮(ଲକ୍ଷ୍ମୀଧର ବାରିକ): ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟରେ କେନ୍ଦ୍ର ବଜେଟ-୨୦୨୪ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇ ଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ରଣା ସଭାପତିତ୍ବ କରି କେନ୍ଦ୍ର ସରକାରଙ୍କ ବଜେଟର ଆଭିମୁଖ୍ୟ ଓ ଉପାଦେୟତା ସଂପର୍କରେ ଆଲୋକପାତ କରିଥିଲେ। ପ୍ରଶାସନିକ ଅଧିକାରୀ ଡକ୍ତର ସନ୍ତୋଷ କୁମାର ରାଉତ କାର୍ଯ୍ୟକ୍ରମ ପରିଚାଳନା ଓ ସହ ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ନାୟକ ଏହାକୁ ସଂଯୋଜନା କରିଥିଲେ। ଆକାଉଣ୍ଟ ବର୍ଷାର କୁଞ୍ଜ ବିହାରୀ ମହାନ୍ତି ଓ ବାଣିଜ୍ୟ ବିଭାଗର ଅଧ୍ୟାପକ ମନୋରଞ୍ଜନ ପଣ୍ଡା କେନ୍ଦ୍ର ବଜେଟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥଲେ। ଆକାଡେମୀକ ବର୍ଷାର ସୋନାଲିସା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନା ଚକ୍ରରେ ଚାରି ଶହ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

Post a Comment