ବାଲେଶ୍ୱର, ୧୦/୮ (ଲକ୍ଷ୍ମୀଧର ବାରିକ): ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଓସେପାର ମିଳିତ ତତ୍ତ୍ଵାବଧାନରେ ବାଲେଶ୍ୱର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ହାକାଥନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ରଣା ସଭାପତିତ୍ବ କରି ଛାତ୍ର ଛାତ୍ରୀ ମାନେ ନିଜର ଲୁକ୍କାୟିତ ବିଜ୍ଞାନ ଓ ବୈଷୟିକ ଜ୍ଞାନର ପ୍ରତିଭାକୁ ସ୍ୱଚିନ୍ତିତ ଜ୍ଞାନ କୌଶଳ ଦ୍ଵାରା ସମାଜ ଗଠନ ରେ ବ୍ରତୀ ହେବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଯୋଗ ଦେଇ ହାକାଥନ୍ ଦ୍ଵାରା ଛାତ୍ର ଛାତ୍ରୀଙ୍କ ଭିତରେ ଥିବା ଅଭିନବ ବୈଜ୍ଞାନିକ ଚିନ୍ତା ଧାରାର ବିଶ୍ଵ ଶାନ୍ତି ଓ ନିରାପତ୍ତା ବଜାୟ ରଖିବା ପାଇଁ ହାକାଥନ୍ ଏକ ବଡ ପ୍ଲାଟଫର୍ମ ବୋଲି ଅଭିହିତ କରିଥିଲେ। ହାକାଥନ୍ କାର୍ଯ୍ୟକ୍ରମ ଅଧିକାରିଣୀ ଅଧ୍ୟାପିକା ଶୁଭଶ୍ରୀ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ନାୟକ ଏହାକୁ ସଂଯୋଜନା କରିଥିଲେ। ବିଭିନ୍ନ +୨ କଲେଜ ରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସର୍ବମୋଟ ୨୨ ଗୋଟି ପ୍ରୋଜେକ୍ଟ ପ୍ରଦର୍ଶିତ ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସ, ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ସହ ଜିଲ୍ଲା ଶିକ୍ଷା ଅଧିକାରୀ ଧରଣୀଧର ପାତ୍ର ଓ ପ୍ରାଚୀ ତନୟା ଗିରି ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ହରେନ୍ଦ୍ର ମହନ୍ତ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ପ୍ରଦାନ କରିବା ସହିତ ବାଲେଶ୍ୱର ଜିଲ୍ଲାରୁ ରାଜ୍ୟ ସ୍ତରକୁ ଉନ୍ନୀତ ହୋଇଥିବା ତିନିଜଣ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଚାରପତି ଭାବେ ଭୁବନେଶ୍ୱର ସ୍ଥିତ ଓ.ୟୁ.ଟି.ଆରର ପ୍ରଫେସର ମାନେ ଯୋଗଦାନ କରିଥିଲେ। ଏହାକୁ ସଫଳ ରୂପାୟନ କରିବାରେ ସହଯୋଗ କରିଥିଲେ ପ୍ରଶାସନିକ ଅଧିକାରୀ ଡକ୍ତର ସନ୍ତୋଷ କୁମାର ରାଉତ, ଉପଦେଷ୍ଟା ଡକ୍ତର ଭାଗବତ ଭୂୟାଁ, ଆକାଡେମିକ ବର୍ଷାର ସୋନାଲିସା ମହାନ୍ତି, ପରୀକ୍ଷା ନିୟନ୍ତ୍ରକ ଡକ୍ତର ଅଞ୍ଜନା ବେହେରା,ସହ ଆକାଡେମିକ ବର୍ଷାର ସୁଜିତ କୁମାର ଦାସ,ସେକ୍ସନ ଅଫିସର ବଳରାମ ନାଏକ, ସହ ହାକାଥନ୍ କାର୍ଯ୍ୟକ୍ରମ ଅଧିକାରୀ ଶୁଭମ୍ କୁମାର ଦାଶ ଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ। ପରିଶେସ ରେ ଅଧ୍ୟାପିକା ଶୁଭଶ୍ରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment