୧୧ ଅଗଷ୍ଟ ରେ ପ୍ରଗତି କ୍ଲବ୍ ପକ୍ଷରୁ ରକ୍ତଦାନ ଶିବିର

ବାଲେଶ୍ୱର, ୯/୮(ଲକ୍ଷ୍ମୀଧର ବାରିକ): ସଦର ବ୍ଲକ ନଗ୍ରମ ପଞ୍ଚାୟତର ଫୁଲାଡ଼ି ଗ୍ରାମର ପ୍ରଗତି କ୍ଲବ୍ ପକ୍ଷରୁ ଆସନ୍ତା ୧୧ ତାରିଖ ରେ ଏକ ରକ୍ତଦାନ ଶିବିର ସମ୍ବାଦ ଆମ ଓଡ଼ିଶା ସହଯୋଗରେ ଅନୁଷ୍ଠିତ ହେବ। ଏନେଇ ଆଜି ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ବ୍ଲକର ସଭାପତି ତନ୍ମୟ କୁମାର ମନ୍ତ୍ରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ପାଦକ ଜ୍ୟୋତିରଞ୍ଜନ ବେହେରା, ମଳୟ ରଞ୍ଜନ ଭୂୟାଁଙ୍କ ସହ କ୍ଲବର୍ ସମସ୍ତ ସଭ୍ୟ ଉପସ୍ଥିତ ରହି ଶିବିର ସଫଳତା ପାଇଁ ଆଲୋଚନା କରିଥିଲେ। ଏହି ଶିବିର ସକାଳ ୯ ଟାରେ କ୍ଲବ୍ ପରିସରରେ ଅନୁଷ୍ଠିତ ହେବ। ଏଥିରେ ବହୁ ସନ୍ଧ୍ୟାରେ ଯୋଗ ଦେଇ ରକ୍ତଦାନ କରିବା ପାଇଁ ଆୟୋଜକ ପକ୍ଷରୁ ନିବେଦନ କରିଛନ୍ତି।

Post a Comment

Previous Post Next Post