ଆଠବାଟିଆ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରକ୍ତଦାନ ଶିବିର


ବାଲେଶ୍ୱର ,୨୫/୮ (ଲକ୍ଷ୍ମୀଧର ବାରିକ): ଜନ୍ମା ଅଷ୍ଟମୀ ଅବସରରେ ବସ୍ତା ବ୍ଲକ ଦୁଧହଂସା ପଞ୍ଚାୟତର ସୁନ୍ଦରହତା ଗ୍ରାମର ଆଠବାଟିଆ ଠାରେ ସରସସୁନ୍ଦର କ୍ଷେତ୍ରରେ ଦୁଇ ଦିନ ଧରି କୃଷ୍ଣଜନ୍ମ, ଭାଗବତ ପାରାୟଣ, ଝୁଲଣ ଉତ୍ସବ ଅନୁଷ୍ଠିତ ହେବ। ପ୍ରଥମ ଦିନରେ ରକ୍ତଦାନ ଶିବିର ଜଗନ୍ନାଥ ପରିବାର ଓ ସୁରେନ୍ଦ୍ରନାଥ ଜେନା ସ୍ମୃତି କମିଟି ଏବଂ ସମ୍ବାଦ ଆମ ଓଡ଼ିଶା ମିଳିତ ସହଯୋଗରେ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ତହସିଲଦାର ରାଧା ରଞ୍ଜନ ଦାସ ଶିବିରକୁ ମୁଖ୍ୟ ଅତିଥି ଭାବେ ଯୋଗ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ କୁମାର ଚକ୍ରବର୍ତ୍ତୀ, ସମ୍ମାନୀତ ଅତିଥି ଭାବେ ଡାକ୍ତର ସତିଶ ଚନ୍ଦ୍ର ଜେନା, ପରିବେଶବିତ୍ ତଥା ଜିଲ୍ଲା ରକ୍ତଦାତା ସଂଘର ଉପସଭାପତି ସୁମନ୍ତ କୁମାର ଜେନା ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ମହତ୍ କର୍ଯ୍ୟାରେ ଏ ଭଳି କାର୍ଯ୍ୟ କରିଥିବାରୁ ଆୟୋଜକଙ୍କୁ ପ୍ରଶଂସା କରିଥିଲେ। ଡାକ୍ତର ଜେନାଙ୍କ ନେତୃତ୍ବରେ ବାଲେଶ୍ୱର ରକ୍ତ କେନ୍ଦ୍ରର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ।
ଜଗନ୍ନାଥ ପରିବାର ସଭାପତି ରତିକାନ୍ତ ପଣ୍ଡା, ମହେଶ୍ବର ପଣ୍ଡା, ଚନ୍ଦ୍ରକାନ୍ତ ପଣ୍ଡା, ପ୍ରଶାନ୍ତ ଧଳ, ଶିକ୍ଷକ ହେମନ୍ତ କୁମାର ସାହୁ, ତ୍ରିଲୋଚନ ରାଉତ, ସୁବ୍ରତ ପରିଡ଼ା ଓ କାର୍ତ୍ତିକ ଚନ୍ଦ୍ର ଜେନାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରରୁ ୬୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।ବିଶ୍ଵନାଥ ମହାପାତ୍ର, ଚକ୍ରଧର ବେହେରା, ପ୍ରଦୀପ ନାୟକ, ପୂର୍ଣ୍ଣ ଚନ୍ଦ୍ର ଜେନା, ଶ୍ୟାମସୁନ୍ଦର ସାହୁ, ଶୁଭେନ୍ଦୁ ବେହେରା, ବିଶିକେଶନ ରାଉତ, ରାଧଶ୍ୟାମ ପରିଡ଼ା, ଚକ୍ରଧର ବେହେରା, ବସନ୍ତ କୁମାର ମହାପାତ୍ର,ରଶ୍ମିତା ପଣ୍ଡା, ମିନତି ପଣ୍ଡା, ଆମ ଓଡ଼ିଶାର ସ୍ବେଚ୍ଛାସେବୀ ସୁଜିତ୍ କୁମାର ପରିଡ଼ା, ବସ୍ତା ସମ୍ବାଦ ବ୍ଲକ ପ୍ରତିନିଧି ରବିନାରାୟଣ ଶତପଥୀ ଓ ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ ଶିବିରକୁ ପରିଚାଳନା କରିଥିବା ବେଳେ ଜଗନ୍ନାଥ ପରିବାର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Post a Comment

Previous Post Next Post