ଫକୀର ମୋହନ ମହାବିଦ୍ୟାଳୟରେ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ


ବାଲେଶ୍ୱର, ୨୫/୮ (ଲକ୍ଷ୍ମୀଧର ବାରିକ): ଫକୀର ମୋହନ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଓ ଫକୀର ମୋହନ କନିଷ୍ଠ ଏବଂ ସ୍ଵୟଂ ଶାସିତ ମହାବିଦ୍ୟାଳୟର ସହଯୋଗରେ ଏକ ନିଶୁଳ୍କ ସ୍ବାସ୍ଥ୍ୟ  ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ଫକୀର ମୋହନ କଲେଜ ପୁରାତନ ଛାତ୍ର ସଂସଦର ସଭାପତି ଡକ୍ଟର ପ୍ରଭାତ ଚନ୍ଦ୍ର ଚୌଧୁରୀ। ମୁଖ୍ୟ ଅତିଥି ଭାବେ ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କୁମାର ଘୋଷ ଓ ସମ୍ମାନିତ ଅତିଥି ଭାବେ କନିଷ୍ଠ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ରଣା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ପୁରାତନ ଛାତ୍ର ସଂସଦର ସଚିବ ଶ୍ରୀ ବିଷ୍ଣୁ ପ୍ରସାଦ ମହାନ୍ତି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହାକୁ ପରିଚାଳନା କରିଥିଲେ ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ୍ ଅଧିକାରୀ ଡକ୍ଟର ଅଞ୍ଜନା ବେହେରା ଓ ସହ ଅଧିକାରୀ ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ନାୟକ ଓ ପ୍ରଦୀପ ଗଙ୍ଗାଇ। ମୂଖ୍ୟ ବକ୍ତା ଭାବେ ନୂଆ ଦିଲ୍ଲୀର ଫଟିସ ହସ୍ପିଟାଲର ଲାପ୍ରୋସ୍କୋପିକ ଡ଼ାକ୍ତର ଅକ୍ଷୟ କୁମାର ପଣ୍ଡା ଯୋଗଦେଇ ସ୍ୱାସ୍ଥ୍ୟ ଶିବିରର ବିବିଧ ପରୀକ୍ଷାର ତତ୍ତ୍ୱାବଧାରକ ଦାୟିତ୍ଵ ତୁଲାଇବା ସହ ଛାତ୍ର ଛାତ୍ରୀ ମାନଙ୍କ ପରୀକ୍ଷା ରିପୋର୍ଟ ର ଅନୁଧ୍ୟାନ କରି ସେମାନଙ୍କୁ ସ୍ବାସ୍ଥ୍ୟ ସୁରକ୍ଷା ସମ୍ପ୍ରକିତ ସୁପରାମର୍ଶ ଦେଇଥିଲେ। ଏହି ସ୍ୱାସ୍ଥ୍ୟ ଶିବିରରେ ୧୨୦ ଜଣ ଛାତ୍ର ଛାତ୍ରୀ ମାନଙ୍କ ହେମୋଗ୍ଲୋବିନ,ଉଚ୍ଚ ରକ୍ତ ଚାପ, ଅସ୍ତି ଶଲ୍ୟ ସାନ୍ଧର୍ତା ପରୀକ୍ଷା ସହିତ ହୃଦ୍ ରୋଗ ଓ ମାନସିକ ଚାପରୁ ମୁକ୍ତି ସମ୍ବନ୍ଧୀୟ ପରାମର୍ଶ ଚିକିତ୍ସକ ମାନେ ପ୍ରଦାନ କରିଥିଲେ। ଏହାକୁ ସଫଳ ରୂପାୟନ କରିବାରେ ସହଯୋଗ କରିଥିଲେ ଡାକ୍ତର ସୁଧାଂଶୁ ଶେଖର ପରିଡ଼ା, ମଧୁସୂଦନ ବେହେରା, ଶ୍ୟାମ ଚରଣ ଦେ,ଦୀପକ ଦାସ, ରମାକାନ୍ତ ମହାନ୍ତି, ବିନୟ ମହାପାତ୍ର,ରାମ ପ୍ରସାଦ ପ୍ରଧାନ,ଅନୀଲ କୁମାର ପଟ୍ଟନାୟକ, ରାମ ସେଠୀ, ନୀଳମଣି ଦୀକ୍ଷିତ, ପଦ୍ମ ଲୋଚନ ଦତ୍ତ, ପ୍ରିତେଶ ଦାସ ପ୍ରମୁଖ। ପରିଶେଷରେ ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡକ୍ତର ସନ୍ତୋଷ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post