ବାଲେଶ୍ୱର,୨୫/୮(ଲକ୍ଷ୍ମୀଧର ବାରିକ) : ସୋର କଲେଜଛକ ସ୍ଥିତ ୱାଟାଲିଟି ହେଲଥ କେୟାର ପରିସରରେ ଆଜି ଏକ ରକ୍ତଦାନ ଶିବିର ବିଙ୍ଗ ଫ୍ରେଣ୍ଡସ୍ କନେକ୍ଟିଂ ପିପୁଲସ୍ ଫାଉଣ୍ଡେସନ୍ ଓ ସମ୍ବାଦ ଆମ ଓଡ଼ିଶା ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ହେଲଥ କେୟାରର ନିର୍ଦ୍ଦେଶକ ଏମ୍.ଏନ୍. ଏସ୍ ରାଜାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରକୁ ହାତିମ ଅଲ୍ଲୀ ଶାହା ଉଦଘାଟନ କରିଥିଲେ। ଯୁବନେତା ରାକେଶ ମଳିକ, ସୋର ପୌର ଉପାଧକ୍ଷ ସସ୍ମିତା ଦାସ, କାଉନସିଲର ରଞ୍ଜନ ଦାସ, ସାହେବ କାଦ୍ରି ଖାନ, ଶେଖ ସୁଲତାନ, ସମାଜସେବୀ ନରେନ୍ଦ୍ର ସାମଲ, ଶେଖ ଆଝାରୁଦ୍ଦିନ, ଜିଲ୍ଲା ପରିଷଦ ସଭ୍ୟ ଜୟରାମ ଦାସ, ଅଧ୍ୟାପକ ମାନସ ପଣ୍ଡା,
ଲକ୍ଷ କମ୍ପିଟେଟିଭ ସେଣ୍ଟରର ଅଧକ୍ଷ କବିନ୍ଦ୍ର ପଣ୍ଡା ଓ ବରିଷ୍ଠ ସାମ୍ବାଦିକ ଗୌରୀ ଘଡେ଼ଇ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ହେଲଥ କେୟାର ରେ ଭଳି ମହତ୍ କାର୍ଯ୍ୟ କରିଥିବାରୁ ଆୟୋଜକଙ୍କୁ ସାଧୁବାଦ୍ ଜଣାଇଥିଲେ। ଡାକ୍ତର ସନ୍ତୋଷ କୁମାର ଦାଶ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ବାଲେଶ୍ୱର ରକ୍ତ କେନ୍ଦ୍ରର ଟେକ୍ନିସିଆନ ଜଗନ୍ନାଥ ପଣ୍ଡା, ଅକ୍ଷୟ କୁମାର ଜେନା, ପଲ୍ଲବୀ ମହାପାତ୍ର, ଅପର୍ଣ୍ଣା ବେହେରା, ପଦ୍ମଲୋଚନ ମହାନ୍ତି ଓ ବିଦ୍ୟାଧର ସାହୁ ରକ୍ତ ସଂଗ୍ରହ କରିଥିଲେ। ପ୍ରତି କୂଳ ପାଗ ସ୍ଵତେ ଶିବିରରୁ ମୋଟ ୪୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଶେଖ ଅଲି ହୁସେନ, ସୋର ସମ୍ବାଦ ପ୍ରତିନିଧି ଅଭୟ କୁମାର ପତ୍ରୀ, ଲକ୍ଷ୍ମୀଧର ବାରିକ, ଶେଖ ଅମୀର, ସାହେର ହୁସେନ, ଲୁସମନ ପୃଷ୍ଟି, ଅଫସରି ବିବି, ସାହିଦ ୱାରସି, ଚନ୍ଦନ କୁମାର ନାଥ, ଭାଗବତ ବେହେରା ,ଶେଖ ଅଖତର ଅଲ୍ଲୀ ଓ ଶେଖ ଅଜାଦ୍ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
Post a Comment