ବେଲଟୁକୁରି ଓ ତରବୋଡ଼ ସରସ୍ୱତୀ ଶିଶୁ ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା


କୋମନା :- ୧୦ /୦୮/୨୦୨୪ (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ସରସ୍ୱତୀ ଶିଶୁ ମନ୍ଦିର ବେଲଟୁକୁରି ଠାରେ ଆଜି ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ପିତାମ୍ବର ଶବର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ତଥା ବିଚାରକ ଭାବେ ଶିକ୍ଷକ ଦିବାକର ବାରିକ ଓ ରଂଜିତ ବାରିକ ଯୋଗ ଦେଇ ଶିଶୁ ଭାଇ ଭଉଣୀ ମାନଂକୁ ବିଜ୍ଞାନ ମେଳା ର ଆଭିମୁଖ୍ୟ ବିଷୟ ରେ ଅବଗତ କରାଇଥିଲେ । ଏଥିରେ ୫୪ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇ ଥିଲା। ଏଥିରେ ବିଭିନ୍ନ ପ୍ରକାର ର ପ୍ରତିଯୋଗିତା ହୋଇ ଥିଲା । ଶେଷରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେଇଭଳି ତରବୋଡ଼ ସରସ୍ବତୀ ଶିଶୁ ମନ୍ଦିର ରେ ମଧ୍ୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । ଗଜେନ୍ଦ୍ର କୁମାର ଅହୀର ମୁଖ୍ୟ ଅତିଥି ଭାବରର ଯୋଗ ଦାନ କରି ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିବା ବେଳେ ସମ୍ମାନୀତ ଅତିଥିଭାବରେ ରଂଜିତା ଅହୀର ଯୋଗ ଦେଇଥିଲେ । ଏଥିରେ ୧୩୭ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇ ଥିଲା |ଶିଶୁ ବର୍ଗରୁ ୫ଜଣ ଓ ବାଲ ବର୍ଗରୁ ୧ଜଣ ସଂକୁଳ ସ୍ତରୀୟ ବିଜ୍ଞନ ମେଳାକୁ ଯିବା ପାଇଁ ଚୟନୀତ ହୋଇଛନ୍ତି । କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟା ରବୀନ୍ଦ୍ର କୁମାର ସାହୁ ପରିଚାଳନା କରି ଥିଲେ ।

Post a Comment

Previous Post Next Post