ଦୁଇ ବର୍ଷ ହେଲା ଦାଦନ ଶ୍ରମିକ ନିଖୋଜ, ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ


ନୁଆପଡ଼ା:- (ବିରବଲ ପ୍ରଧାନ) ନୁଆପଡ଼ା ଜିଲ୍ଲା କୋମନା ବ୍ଳକ ଦର୍ଲିପଡ଼ା ଗାଁର ଲକ୍ଷ୍ମୀଧର ଧରୁଆ (୪୮) ଦୁଇ ବର୍ଷ ତଳେ ଆନ୍ଧ୍ରପ୍ରଦେଶ ପଠନଚୋର ଗାଁରେ ରହିଥ‌ିବା ଏକ ଇଟାଭାଟିରେ ଶ୍ରମିକ ଭାବରେ ନିୟୋଜିତ ଥିଲେ। ହେଲେ ସେ କେଉଁଆଡେ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ କହିବା ମୁତାବକ ଲକ୍ଷ୍ମୀଧର ଧରୁଆଙ୍କ ସହ ୨ଜଣ ସାଙ୍ଗ ଦାଦନ ଖଟିବାକୁ ବାହାରିଥିଲେ ଏବଂ ସେଠାରେ ଏକାସଙ୍ଗେ କାମ କରୁଥିଲେ। କିଛି ମାସ ପରେ ଲକ୍ଷ୍ମୀଧର ଧରୁଆଙ୍କ ସାଙ୍ଗମାନେ ଘରକୁ ଫେରିଲେ। ହେଲେ ପରେ ଲକ୍ଷ୍ମୀଧର ଧରୁଆ ଘରକୁ ଫେରିଲେ ନାହିଁ । ଏନେଇ ପରିବାର ଲୋକେ ଦାଦନ ଦଲାଲ ଦୁଃର୍ଜନ ମାଝୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ୧୦ ଦିନରେ ଘରକୁ ଆସିବ। ହେଲେ ଦୁଇ ବର୍ଷ ବିତିଗଲା ଲକ୍ଷ୍ମୀଧର ଧରୁଆ ଘରକୁ ଫେରିଲେ ନାହିଁ । ସେହିପରି କୁଶଦହନା ଗାଁର ଝରମଣି ମଲିକଙ୍କ ସ୍ଵାମୀଡୋଲାମଣି ମଲ୍ଲିକ ମଧ୍ୟ ୨ ବର୍ଷ ହେବ ଘରକୁ ଫେରି ନାହାନ୍ତି।ଏନେଇ ପରିବାର ଲୋକେ ମଙ୍ଗଳବାର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲକ୍ଷ୍ମୀଧର ଧରୁଆ ଓ ଡୋଲାମଣି ମଲ୍ଲିକଙ୍କୁ ଘରକୁ ଫେରାଇ ଆଣିବା ଲାଗି ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ଅଭିଯୋଗକାରୀ ଜିଲ୍ଲା ଶ୍ରମିକ ସଂଗଠନ ଜିଲ୍ଲା ସଭାପତି ଭକ୍ତବନ୍ଧୁ ଧରୁଆଙ୍କ ନେତୃତ୍ଵରେ ବିଦ୍ୟାଧର ଧରୁଆ, ପୁଷ୍ପା ଧରୁଆ, ସୁମିତ୍ରା ଧରୁଆ, ଶଙ୍କର ନାୟକ, ଝରମଣି ମଲିକ ପ୍ରମୁଖ ଅଭିଯୋଗ କରିଥିଲେ।

Post a Comment

Previous Post Next Post