ପୁଣି ଜନନୀ ଯନ୍ତ୍ରଣା : ରାସ୍ତା ନାହିଁ, ଖଟିଆରେ ବୁହାହେଲେ ଗର୍ଭବତୀ


ବୋଡେ଼ନ (ପରମେଶ୍ୱର ମେହେର )ରାସ୍ତା ନାହିଁ,ନାଳରେ ଆଣ୍ଠୁଏ ପାଣି, ରାସ୍ତାରେ ଜଣେ ଗର୍ଭବତୀ ମହିଳା ଙ୍କୁ ଖଟିଆରେ ବୁହାଯାଇଛି,ଏଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଛି ବୋଡେ଼ନ ବ୍ଲକ ବାବେବିର ପଞ୍ଚାୟତ ରେଙ୍ଗଠା ପଡା ରେ,ଧାରଣୀମାଳ ଗ୍ରାମର ରେଙ୍ଗଠାପଡା,ଗାଁ ରୁ ଏହି ପଡା ର ଦୂରତା ଦୁଇ କିଲୋମିଟର,ଏହି ପଡ଼ାରେ ତିରିଶି ପରିବାର ରହନ୍ତି,ପଡାବାସୀ ଙ୍କ ମୁଖ୍ୟ ସମସ୍ୟା ହେଉଛି ଭଲ ରାସ୍ତା ଖଣ୍ଡେ ନାହିଁ,ସେମାନେ ନାଳ ରେ ୩୦ ରୁ ୩୫ ଫୁଟ ପାଣି ଥିଲେ ମଧ୍ୟ କଷ୍ଟ ରେ ଯା ଆସ କରନ୍ତି,ବିଭିନ୍ନ କାମରେ ଚାଲି ଯିବାକୁ ପଡେ,ପଡ଼ାର କେହି ଯଦି ହଟାତ ରୋଗରେ ପଡିଲେ କିମ୍ବା ମହିଳାଙ୍କ ପ୍ରସବ ବେଦନା ହେଲେ ଦୁଇ କିଲୋମିଟର ଦୋଳାରେ ନେଲାପରେ ଆମ୍ବୁଲାନ୍ସ କିମ୍ବା କୌଣସି ଜାନବାହନାରେ ନେବାକୁ ପଡେ,ଆଜି ପଡ଼ାର ବନ ବିହାରୀ କଟା ଙ୍କ ସ୍ତ୍ରୀ ପ୍ରସବ ବେଦନା ପାଇଲା ପରେ ବୋଲେରୋ ପାଇଁ ଫୋନ କରାଯାଇଥିଲା,। ବୋଲେରୋ ରାସ୍ତାରେ ରହିଗଲାପରେ ତାଙ୍କୁ ଖଟରେ ଦୋଳାକରୀ ଆଣିବାକୁ ଚେଷ୍ଟା କରିଥିଲେ କିନ୍ତୁ ଚାରିଜଣ ଖଟିଆ ଧରି ଚାଲିବା ସମ୍ଭବପର ନ ଥିବାରୁ ତାଙ୍କୁ ଚଳାଇ ଚଳାଇ ଆଣି ଥିଲେ।ରାସ୍ତାକୁ ଆଣି ବୋଲେରୋ ସାହାଯ୍ୟରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା,।ବର୍ଷ ବର୍ଷ ଧରି ପଡାବାସି ରାସ୍ତା ସମସ୍ୟା ଭୋଗୁଛନ୍ତି ।ପଡାବାସୀ ସହ ସ୍କୁଲ ଛାତ୍ର ଛାତ୍ରୀ ନାହିଁ ନ ଥିବାର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।ପଡାକୁ ଶୀଘ୍ର ରାସ୍ତା ନିର୍ମାଣ ହେଲେ ଏହି ପରି ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି ପଡ଼ାର ଭରତ କଟା, ଜଗନ୍ନାଥ କଟା, ଯୁଗେଶ୍ୱର କଟା, ଗୁପତ ହରିଜନ, କାନ୍ଥ ନାଗ, ଜଳଧର ହରିଜନ, ଧବଳେଶ୍ୱର କଟା, ସମାଜସେବୀ ମହେନ୍ଦ୍ର କଟା ପ୍ରମୁଖ ପ୍ରକାଶ କରିଛନ୍ତି

Post a Comment

Previous Post Next Post