ବଲାଙ୍ଗିର :-24/07(ଗଣେଶ ଦାସ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଆରଡି ଏସଡିଓ ଲାଞ୍ଚ ନେଇ ଧରା ପଡିଲେ ଭିଜିଲାନ୍ସ ହାତରେ । ଭିଜିଲାନ୍ସ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି । ସୂଚନାନୁଯାୟୀ, 50 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁଜିତ କୁମାର ପାଢ଼ୀକୁ ଧରିଛି ଭିଜିଲାନ୍ସ । ପାଢ଼ୀଙ୍କୁ ପାଟଣାଗଡ କାର୍ଯ୍ୟାଳୟ ଠାରୁ ନେଇ ବଲାଙ୍ଗିର କାର୍ଯ୍ୟାଳୟ ଠାରେ ଜେରା କରୁଛି । ଅନ୍ୟପଟେ ବରଗଡ, ସମ୍ବଲପୁର, ସୋନପୁର ଜିଲ୍ଲାରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢ଼ାଉ । ଖବର ଲେଖାହେବା ପର୍ଯ୍ୟନ୍ତ କେତେ ପରିମାଣର ସମ୍ପତି ଜବତ ହୋଇଛି ତାହା ଭିଜିଲାନ୍ସ ତରଫରୁ ସ୍ପଷ୍ଟ ହୋଇନାହିଁ ।

Post a Comment