ମୋଟର ସାଇକେଲକୁ ପିଟିଲା ଟ୍ରକ; ଚାଳକ ମୃତ


ବଲାଙ୍ଗିର : ୩୦/୭ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ କନଗାଁ ଛକ ନିକଟରେ ଏକ ମୋଟର ସାଇକେଲ କୁ ଖପ୍ରାଖୋଲ ପଟରୁ ଆସୁଥିବା ଟ୍ରକ ଓଡି୨୬ ବି ୩୫୧୫ ଜୁରିଆ ପଟରୁ ଆସୁଥିବା ବାଇକକୁ ଧକ୍କା ଦେବା ଫଳରେ ରେ ବାଇକ୍ ଚାଳକ ର ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ ଯୁବକ ଜଣକ ଖପ୍ରାଖୋଲ ଥାନା ମାଲପଡ଼ା ଗାଁ ର ବିପିନ ବିହାରୀ ଶତପଥୀ(୫୦) ବୋଳି ଜଣାଯାଇଛି। ସୁଚନାନୁଯାୟୀ ନିଜ ବାଇକରେ ମୃତ ଶତପଥୀ ନିଜ ଝିଅ ଘରୁ ଜୁରିଆ ପଟରୁ ଫେରୁଥିବା ସମୟରେ  କନଗାଁ ଛକ ଠାରେ ଟ୍ରକ ପିଟି ହୋଇ ଦୁର୍ଘଟଣା ହୋଇଥିଲା। ଏନେଇ ସୂଚନା ପାଇ ସ୍ଥାନୀୟ ଲୋକେ ମୃତ ବାଇକ୍ ଚାଳକକୁ ଉଦ୍ଧାର କରି ଦମକଳ ବିଭାଗ ଏବଂ ଖପ୍ରାଖୋଲ ପୋଲିସକୁ ଖବର ଜଣାଇଥିଲେ । ଖବର ଲେଖା ପର୍ଯ୍ୟନ୍ତ ଉକ୍ତ ଘଟଣାକୁ ନେଇ କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାସ୍ତା ରୋକ କରିଛନ୍ତି ।

Post a Comment

Previous Post Next Post