ସ୍ବାଧିନତା ସଂଗ୍ରାମୀ ସହୀଦ ବୀର ମାଧୋସିଂ ବରିହା ଙ୍କୁ ଅପମାନିତ ବକ୍ତବ୍ୟ ଦେଇ ଥିବା ଜଟଣୀ ପୂର୍ବତନ ବିଧାୟକ ସୁର ରାଉତରାୟ ଙ୍କୁ ଗିରଫ ଦାବୀରେ ବିଞ୍ଜାଲ ସମାଜ ପକ୍ଷରୁ ଥାନାରେ ଏତଲା


ବଲାଙ୍ଗିର :-୩୦|୭ (ଗଣେଶ ଦାସ ):-ଜଟଣୀ ପୂର୍ବତନ ବିଧାୟକ ସୁର ରାଉତରାୟ ଗତ ଜୁଲାଇ ୨୭ ତାରିଖ ରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟାରେ ଭାରତ ର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ସହିଦ ବୀର ମାଧୋ ସିଂ ବରିହାଙ୍କୁ ଅସମ୍ମାନ, ଅପମାନ ଓ ତାଚ୍ଛଲ୍ୟ କରି ମାଧବ ସିଂ କେଉଁ ରାଜ୍ୟର ଆମେ ଜାଣି ନାହୁଁ, ସେ କେଉଁଠି, ସେ କିଏ ବୋଲି ପ୍ରତିକ୍ରିୟା ଦେଇଛନ୍ତି | ଦେଶ ସ୍ୱାଧୀନତା ସଂଗ୍ରାମରେ ସହିଦ ବୀର ମାଧୋ ସିଂ ବରିହା ଙ୍କର ପରିବାରର ସହିଦ ଐରୀ ସିଂ ବରିହା, ହଟେ ସିଂ ବରିହା, କୁଞ୍ଜଳ ସିଂ ବରିହା ତାଙ୍କର ଜ୍ୱାଇଁ ନାରାୟଣ ସିଂ ବରିହା, ନାତି ଗୋବିନ୍ଦ ସିଂ ବରିହା ନିଜର ଜୀବନକୁ ଜଳାଞ୍ଜଳି ଦେଇଦେଲେ !

ମାଧୋ ସିଂ ଙ୍କ ଭଲି ଜଣେ ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ ଏଭଳି ମନ୍ତବ୍ୟ ଦେବା ସମଗ୍ର ଆଦିବାସୀ ସମାଜ ପାଇଁ କୋଠାରାଘାତ ସୃଷ୍ଟି କରିବା ସହ ଦେଶ ପାଇଁ ଅସମ୍ମାନ ହାନି ଘଟିଛି !

 ସୁର ରାଉତରାୟ ଙ୍କୁ ଦେଶ ଦେଶଦ୍ରୋହ , ଏକ୍ଟ୍ରୋସିଟି ଆକ୍ଟ ମାମଲାରେ ଶୀଘ୍ର ଗିରଫ କରିବାକୁ ଆଜି ସର୍ବଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀବାସୀ ବିଂଝାଲ ସାମାଜ ପକ୍ଷରୁ ବଲାଙ୍ଗିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗ ନେତୃତ୍ୱ ରେ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି !

  ସୁର ରାଉତରାୟଙ୍କୁ ଗିରଫ ନକଲେ ଆଗାମୀ ଦିନରେ ରାଜ୍ୟବ୍ୟାପି ଆନ୍ଦୋଳନ କରାଯିବାକୁ ସମାଜ ଚେତାବନୀ ଦେଇଛି ! ଏଥିରେ ପୂର୍ବତନ ଜିଲ୍ଲା ସଭାପତି ପଦ୍ମନ ବରିହା,ସଂପାଦକ ଗନ୍ଧର୍ବ ବରିହା, ଖପ୍ରାଖୋଲ ବ୍ଳକ ଉପସଭାପତି କେଶବ ବରିହା, ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା, ସଂପାଦକ ନାରାୟଣ ବରିହା,ଲୋଇସିଂହା ବ୍ଳକ ସଂପାଦକ ଭକ୍ତ ବରିହା, ଆଗଲପୁର ବ୍ଳକ ଗୋପବନ୍ଧୁ ବରିହା, ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ଗୋରେଖନାଥ ବରିହା, ସଦସ୍ୟ ଯଦୁମଣି ବରିହା, ଟଙ୍କଧର ବରିହା,ପୁଟୁଲୁ ବରିହା, ନାରାୟଣ ବରିହା, ଘନ ବରିହା,ହୃଷିକେଶ ବରିହା,ଟିକେ ଚରଣ ବରିହା, ମିନୁକମଲିଆ ପ୍ରମୁଖ ଉପସ୍ଥିତ ଥିଲେ |

Post a Comment

Previous Post Next Post