ବିଭିନ୍ନ ପ୍ରସଙ୍ଗରେ ସୌହାର୍ଦ୍ଧ୍ଯପୂର୍ଣ୍ଣ ଆଲୋଚନା ଆଜି ଭୁବନେଶ୍ୱର ଠାରେ ନିଖିଳ ଓଡ଼ିଶା ମେହେର (ଭୁଲିଆ) ସମାଜର ପ୍ରତିନିଧି ଦଳ ମୁଖ୍ଯମଂତ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ଯମଂତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି । ସମାଜର ରାଜ୍ଯ ସଭାପତି ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେରଙ୍କ ନେତୄତ୍ୱରେ ସମାଜର ଛଅ ଜଣିଆ ଏହି ଦଳ ଆଜି ଅପରାହ୍ଣରେ ପୄଥକ ଭାବରେ ଉଭୟ ମୁଖ୍ଯମଂତ୍ରୀ ଓ ଉପମୁଖ୍ଯମଂତ୍ରୀଙ୍କୁ ସାକ୍ଷାତ କରି ଉପଢ଼ୌକନ ଓ ଫୁଲତୋଡ଼ା ଦେଇ ଅଭିନନ୍ଦନ ଜଣାଇଥିଲେ । ଏହା ପରେ ଆଗାମୀ ନିକଟରେ ପାଳନ କରାଯିବାକୁ ଥିବା ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ଉତ୍ସବ ଓ ମେହେର ମହାସଭା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ସହ ଭୁବନେଶ୍ବର ଠାରେ ସ୍ୱଭାବକବି ଗଙ୍ଗାଧର ମେହେର ଭବନ ନିର୍ମାଣ ଓ ବୁଣାକାରଙ୍କ ଉନ୍ନତି ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଆଲୋଚନା ସୌହାର୍ଦ୍ଧ୍ଯପୂର୍ଣ୍ଣ ହୋଇଥିବା ସମାଜ ତରଫରୁ ସୂଚନା ଦିଆଯାଇଛି । ପ୍ରତିନିଧି ଦଳରେ ରାଜ୍ଯ ସଭାପତିଙ୍କ ସହ ଉପଦେଷ୍ଟା ହିମାଂଶୁ ଶେଖର ମେହେର, ଭୁବନେଶ୍ୱର ସଭାପତି ମିହିର ମେହେର, ସଂଯୋଜକ ଅଶୋକ ମେହେର, ଯୁବ ସଂଗଠକ ପ୍ରଫୁଲ୍ଲ ମେହେର ଓ ବଲାଙ୍ଗିର ଆଂଚଳିକ ବୋଡ଼ ସଭାପତି ବିଶ୍ୱନାଥ ମେହେର ସାମିଲ ଥିଲେ ।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ
Post a Comment