ରାଜ୍ୟ ସରକାର ଗରୀବ ଲୋକଙ୍କ ପାଇଁ ଆବାସ ଯୋଜନା ମାଧ୍ୟମ ରେ ଗ୍ରାମାଞ୍ଚଳ ର ଲୋକ ମାନଙ୍କ ସୁବିଧା ପାଇଁ ଚେଷ୍ଟିତ ଥିବାବେଳେ କିଛି ଦୁର୍ନୀତି ଖୋର ଅଧିକାରୀଙ୍କ ମାନମାନିଓ ଖମଖିୟାଳି ମନୋଭାବ ପାଇଁ ତାହା ପ୍ରକୃତ ହିତାଧିକାରୀ ଙ୍କ ପାଖରେ ସୁବିଧା ସୁଯୋଗ ପହଂଚି ପାରୁନାହିଁ । ଗ୍ରାମାଞ୍ଚଳ ର ଭିତ୍ତିଭୂମି ବିକାଶ ହେଉ କିମ୍ବା ଉନ୍ନତିକରଣ ହେଉ ଅନେକ ସମୟରେ ଦୁର୍ନୀତି ହେଉ ଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଏକ ଘଟଣା ଘଟିଛି ନୂଆପଡା ଜିଲ୍ଲା କର୍ଲାକୋଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଟାମାଳ ଗ୍ରାମ ରେ । ସୂଚନା ଅନୁସାରେ ଶ୍ରୀମତୀ ରୁକ୍ମଣୀ ନାଗ ସ୍ୱାମୀ -ରତ୍ନ ନାଗ ଙ୍କ ବାସଗୃହ ନିର୍ମାଣ ହୋଇ ନାହିଁ । ଅନ୍ୟ ଜଣେ ହିତାଧିକାରୀ ଙ୍କ ଘର ଙ୍କୁ ଦେଖେଇ ମିଳିମିଶି ଖାଇଗଲେ ପଇସା । ଏଥିରେ ନୋଡାଲ ଅଫିସର, ଜିଓଟେକ, ଭଳି କର୍ମଚାରୀ ଙ୍କ ସମ୍ପୂକ୍ତି ରହିଥିବା ଅଭିଯୋଗ ହେଇଛି । ତେବେ, ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ଥିବା ଅଧିକାରୀ ଓ କର୍ମଚାରୀ ଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠlନ ଗ୍ରହଣ କରିବା କୁ ବ୍ଲକ ପ୍ରଶାସନ କୁ ନିବେଦନ ।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ଙ୍କ ରିପୋର୍ଟ
Post a Comment