ଦେଉଳି ବନ୍ଧ ର ପଙ୍କ ଉଦ୍ଧାର ସମୟରେ ବାହାରିଲା ପୁରାତନ ଐତିହାସିକ ଭଗ୍ନାବଶେଷ


ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ନୂଆପଡ଼ା ଜିଲ୍ଲା କୋମନା ରେ ଦେଉଳି ବନ୍ଧ ପୋଖରୀ ରୁ ପଙ୍କ ଉଦ୍ଧାର ବେଳକୁ ପୁରୁଣା ଐତିହ ମନ୍ଦିର ଭଗ୍ନାବଶେଷ ବାହାରିଥିବା ଦେଖିବା କୁ ମିଳିଛି ।ଲୋକଙ୍କ କହିବା ଅନୁସାରେ ରାଜା ଶାସନ କାଳରେ ଏହି ମନ୍ଦିର ନିର୍ମିତ, ତାହା ପରେ ପରେ ପୋତି ହୋଇଥିବା ଅନୁମାନ କରୁଛନ୍ତି ।ମନ୍ଦିର ବାହାରିଥିବା ଦେଖି ଲୋକେ ପୂଜା ପାଠ ଆରମ୍ଭ କରି କରିଦେଇଛନ୍ତି ।ଲୋକେ ମନ୍ଦିର ଦେଖିବା ପାଇଁ ଲୋକ ଙ୍କ ଭିଡ ଦେଖିବାକୁ ମିଳିଛି । ମନ୍ଦିର ଭଗ୍ନାବଶେଷ,ମାଠିଆ,ତ୍ରିଶୂଲ ବାହାରିଥିବା ଜଣା ପଡ଼ିଛି । ଏ ବିଷୟରେ ଗ୍ରାମବାସି ପ୍ରଶାସନ କୁ ଜଣାଇଛନ୍ତି । ଏହି ପୁରାତନ ମନ୍ଦିର ଭଗ୍ନାବଶେଷ କେଉଁ କାଳ ର ପ୍ରତ୍ନତତ୍ତ୍ଵବିତ୍ ମାନେ ଗବେଷଣା କଳା ପରେ ଜଣାପଡ଼ିବ ।


Post a Comment

Previous Post Next Post