ନୂଆପଡ଼ା :- (ବିରବଲ ପ୍ରଧାନ)ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଜାମପାଣି ପଞ୍ଚାୟତରେ କାଳବୈଶାଖୀ ତାଣ୍ଡବରେ କେତେକ ଲୋକଙ୍କ ଘରର ଆଜବେଷ୍ଟସ ଉଡ଼ି ଯିବା ସହ ବହୁ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଜାମପାଣି ପଞ୍ଚାୟତ କଣ୍ଟାପଡ଼ା ଗ୍ରାମର ଭୁସୁଦିଆପଡ଼ା ନୋହର ସିଂ ମାଝୀଙ୍କ ଘରର ଆଜବେଷ୍ଟସ ଉଡ଼ିଯିବା ସହ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେବା ଫଳରେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି | ସେପରି ପଡ଼ାର ବହୁ ଲୋକଙ୍କ ଘର ନଷ୍ଟ ହୋଇଥିବା ବେଳେ ବିଭିନ୍ନ ପନିପରିବା ମଧ୍ୟ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । କ୍ଷତିଗ୍ରସ୍ତ ପରିବାରଙ୍କୁ ଗାଁ ଲୋକ ଆଶ୍ରୟ ଦେଇଛନ୍ତି । ସାରାବଙ୍ଗ ଅଞ୍ଚଳରେ ରବିବାର ସନ୍ଧ୍ୟା ୬ଟାରେ କାଳବୈଶାଖୀ ସହ ଝଡ଼ତୋଫାନ ହୋଇଥିଲା । ଏଥିରେ ସାରାବଙ୍ଗ ଗାଁ ମୁଣ୍ଡ ଶିବ ମନ୍ଦିର ନିକଟରେ ଏକ ବିରାଟକାୟ ଅଶ୍ଵତ୍ଥ ବୃକ୍ଷ ରାସ୍ତା ଉପରେ ପଡ଼ିଯାଇଛି। ଏବେ ସାରାବଙ୍ଗରୁ ଖୁଟମନଭେରା, ଧରମବନ୍ଧା, ଭରୁଆମୁଣ୍ଡା, ଚୁଲାଭାଟ ପଞ୍ଚାୟତ ସମେତ ପ୍ରସିଦ୍ଧ ପତୋରା ଯୋଗେଶ୍ଵର ପୀଠକୁ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇ ପଡ଼ିଛି। ଏହି ୫ଟି ପଞ୍ଚାୟତବାସୀ ଯୋଗାଯୋଗରୁ ଏହି ଅଞ୍ଚଳର ବିଛିନ୍ନ ହୋଇଛନ୍ତି । ନୂଆପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଛକୁ କାଟିବାରେ ଲାଗି ରାସ୍ତା ସଫା କରିବାରେ ଲାଗିଥିଲେ ।

Post a Comment