ଖୋର୍ଦ୍ଧା:୨୨/୪(ଆଜତକ ଓଡ଼ିଶା) ବେଗୁନିଆ ବ୍ଲକ ଅନ୍ତର୍ଗତ ରାଉତପଡ଼ା ପଞ୍ଚାୟତରେ ପିଇବା ପାଣିର ଘୋର ସମ ସ୍ୟା ଦେଖା ଦେଇଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ କୂହ ପୋଖରୀ ଆଦି ଶୁଖିଗଲାଣି ଏପରି ଅବସ୍ଥାରେ ପିଇବା ପାଣି ପାଇଁ ଲୋକମାନେ ନଳକୂପ ଉପରେ ନିର୍ଭରଶୀଳ । ମାତ୍ର ପ୍ରାୟ ନଳକୂହରୁ ପାଣି ବାହାରୁ ନାହିଁ ଆଉ ଯେଉଁ ନଳକୂହରୁ ପାଣି ବାହାରୁଛି ସେ ପାଣି ପିଇବା ଯୋଗ୍ୟ ନୁହେଁ କାରଣ କେଉଁ ନଳକୂହରୁ ଗୋଳିଆ ପାଣି ବାହାରୁଛି ତ କେଉଁ ନଳକୂହରୁ ଲୁହା ଗୁଣ୍ଡ ବାହାରୁଛି । ଏହି ବିଷୟରେ ସ୍ଥାନୀୟ ଜନସାଧାରଣ ସରପଞ୍ଚଙ୍କୁ ଅଭିଯୋଗକଲେ ସରପଞ୍ଚ କହୁଛନ୍ତି ମୁଁ କ'ଣ କରିବି ମୁଁ ନଳକୁହ ବିଭାଗକୁ ଜଣାଇ ଦେଇଛି ସେମାନେ ଆଶିସଜାତିବେ, ତେବେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ପାଣି ମୁନ୍ଦିଏ ପାଇଁ ଡହଳ ବିକଳ ହେଉଥିବା ଲୋକମାନେ କେତେଦିନ ଅପେକ୍ଷା କରିବେ? ତେଣୁ ଜନସାଧାରଣ ସରକାରଙ୍କୁ ନିବେଦନ କରୁଛନ୍ତି ଯେ ଖରାପ ହୋଇଥିବା ନଳକୁହଗୁଡିକୁ ତୁରନ୍ତ ମରାମତି କରି ଲୋକମାନଙ୍କର ପିଇବା ପାଣିର ସମସ୍ୟା ଦୂର କଲେ ପିଇବା ପାଣି ସମସ୍ୟାରୁ ଲୋକମାନଙ୍କ ସହିତ ଗୋରୁଗାଇ ମଧ୍ୟ ରକ୍ଷା ପାଇ ପାରିବେ ।
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଅନ୍ତର୍ଗତ ରାଉତପଡ଼ା ଗ୍ରାମପଞ୍ଚାୟତରେ ପିଇବା ପାଣିର ନାହିଁ ନ ଥିବା ସମସ୍ୟା
ଆଜତକ ଓଡ଼ିଶା
0
Post a Comment