ସିନାପାଲି ଥାନା ପରିସରରେ ଜଳଛତ୍ର ଶୁଭାରମ୍ଭ


ସିନାପାଲି : (ଆଜତକ୍ ଓଡ଼ିଶା) ସିନାପାଲି ଥାନା ଅଧିକାରୀ ରଶ୍ମିତା ପ୍ରଧାନ ଙ୍କ ଉଦ୍ୟମ ରେ ସିନାପାଲି ଥାନା ପରିସରରେ ଜଳଛତ୍ର ଶୁଭାରମ୍ଭ ହୋଇଛି । ଏଭଳି ସମୟ ରେ ଥାନାରେ ଜଳଛତ୍ର ଖୋଲିଥିବା ରୁ ଲୋକେ ଦେଖି ଖୁସି ପ୍ରକଟ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅ ଧ୍ୟକ୍ଷ ନୀଳମଣି ମେହେର ଯୋଗଦାନ କରି ଏହାକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟା ମନ୍ଦାକିନୀ ବଘେଳ, ସ୍ଥାନୀୟ ସମିତି ସଭ୍ୟ ତଥା ସିନାପାଲି ସମିତି ସଂଘ ସଭାପତି ମନିଷ କୁମାର ପଟେଲ, ସରପଞ୍ଚ ସୁନିତା ମେହେର, ସିନାପାଲି ଅବକାରୀ ଅଧିକାରୀ ସଚଲା ପାଢ଼ୀ, ଅରି ରଞ୍ଜନ ଯୋଶୀ, ଗୋଲମଣୀ ସା, ନାରାୟଣ ପାତ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ସିନାପାଲି ଥାନା ଏସଆଇ ହରେକୃଷ୍ଣ ଜାନି, ସହଦେଵ ଯୋଶୀ, ବିନୋଦ ବିହାରୀ ସେଠି, ମନୋଜ କୁମାର ସାହୁ, ଏଏସ ଆଇ ପ୍ରଭାକର ନାଏକ, ରାମେଶ୍ୱର ବାଗ, ବିଘ୍ନରାଜମାଝୀ, କେଶବ ମାଝୀ, ପ୍ରମୁଖ ଉପସ୍ଥିତ ଥିଲେ ।


 ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ଙ୍କ ରିପୋର୍ଟ ।

Post a Comment

Previous Post Next Post