ମେ ୧୩ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ସିନାପାଲି ପୋଲିସର ଫ୍ଲାଗ ମାର୍ଚ୍


ନୂଆପଡ଼ା ଜିଲ୍ଲା ସିନାପାଲିରେ ଚଳିତ ସାଧାରଣ ନିର୍ବାଚନ ଆସନ୍ତା ମେ ୧୩ ହେବାକୁ ଥିବାବେଳେ ସ୍ଥାନୀୟ ପୋଲିସ ତତ୍ପର ହୋଇଉଠିଛି । ନିର୍ବାଚନ କିଭଳି ଶାନ୍ତିଶୃଙ୍ଖଳାରେ ହେବ ତା ପୂର୍ବରୁ ପ୍ରାକ ପ୍ରସ୍ତୁତି ପୂର୍ବକ ସାଧାରଣ ଜନତାଙ୍କୁ ଜଣେଇବାକୁ ଆଜି ସ୍ଥାନୀୟ ସହରରେ ପୋଲିସ ଫ୍ଲାଗ ମାର୍ଚ କରିଛି । କୌଣସି ଏକ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି, ଅବାଧ ଏବଂ ନିରପେକ୍ଷ ନିର୍ବାଚନ କିଭଳି ହେବ ତା ପାଇଁ ସ୍ଥାନୀୟ ପୁଲିସ ଅଣ୍ଟାଭିଡିଛି। ସି ଆଇ ଙ୍କ ନିର୍ଦ୍ଦେଶକ୍ରମେ ଏସ ଡି ପିଓ ଅରୂପ ଅଭିଷେକ ବେହେରାଙ୍କ ଉପସ୍ଥିତି ରେ ସ୍ଥାନୀୟ ଥାନାଧିକାରୀ ଶ୍ରୀମତୀ ରଶ୍ମିତା ପ୍ରଧାନ,ଏ ଏସ ଆଇ ହରେକୃଷ୍ଣ ଜାନି, ଏ ଏସ ଆଇ ପ୍ରଭାକର ନାଏକ, ଏ ଏସ୍ ଆଇ ରାମେଶ୍ବର ବାଗ,ବିଘ୍ନରାଜ ମାଝି, ମହିଳା ଏ.ଏସ.ଆଇ ରସ୍କିମୟୀ ସ୍ଵାଇ, ଏ ଏସ ଆଇ କେଶବ ମାଝି, ଏସ ଆଇ ମନୋଜ କୁମାର ସାହୁ, ଅଭିରାମ ଘିଭେଲା ଙ୍କ ସମେତ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ DVF ଏବଂ CRPF ଯବାନ ଥାନାରୁ ବାହାରି ସିନାପାଲି, ଗଣ୍ଡାବାହାଲି ଓ ହାତିବନ୍ଧା ସହର ପରିକ୍ରମା କରିଥିଲେ ।

 ନୂଆପଡ଼ା ଜିଲ୍ଲା ରୁ ପରମେଶ୍ବର ମେହେରଙ୍କ ରିପୋର୍ଟ

Post a Comment

Previous Post Next Post