ବଲାଙ୍ଗୀର ୨୩/୪ (ଗଣେଶ ଦାସ) ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଜୁନିଅର ରେଡକ୍ରସ ତରଫରୁ ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚଣ୍ଡାଳ ମିଶ୍ରଙ୍କ ସଭାପତିତ୍ବ କାର୍ଯ୍ୟକ୍ରମକୁ ଜୁନିଅର ରେଡକ୍ରସ କାଉନସେଲର ରାମ ନାରାୟଣ ଦାଶ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସଇଁତଲା ବିଡିଓ ବିନୟ କୁମାର ଭୋଇ , ସମ୍ମାନିତ ଅତିଥି ଭାବରେ ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ବନଜା ବାସିନୀ ଦାଶ ଓ ଡେଙ୍ଗ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷ କୁମାର ମହାନ୍ତି ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଟାଣ ଖରାରେ ପଦାକୁ ବାହାରିବା ନାହିଁ ,ଖରାରେ କଠିନ ପରିଶ୍ରମ କରିବା ନାହିଁ ,ଜରୁରୀ କାମରେ ବାହାରକୁ ଯିବାକୁ ହେଲେ କଳା ଚଷମା, ଚପଲ, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରିବା, ହାଲୁକା ଏବଂ ଢିଲା ପୋଷାକ ପରିଧାନ କରିବା, ମାଦକ ଦ୍ରବ୍ୟ ଠାରୁ ଦୂରେଇ ରହିବା, ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ଓ.ଆର୍.ଏସ୍ ଦ୍ରବଣ, ପଣା, ତୋରାଣି, ଘୋଳଦହି ଓ ଆଖୁରସ ପିଇବା, ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନା ନେଇ ଚିକିତ୍ସା କରିବା,ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦେବା ଆଦି ବିଷୟରେ ବୈଜ୍ଞାନିକ ଦୃଷ୍ଟିରେ ମତ ରଖିଥିଲେ । ଶିକ୍ଷାର୍ଥୀ ମାନଙ୍କୁ ପରିବାରର ଅନ୍ୟ ସଦସ୍ୟ ଓ ଗ୍ରାମବାସୀଙ୍କୁ ସଚେତନ କରିବା ପାଇଁ ମଧ୍ୟ ଉପଦେଶ ଦେଇଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ କୃପାସିନ୍ଧୁ ମିଶ୍ର, ସୁଦର୍ଶନ ଦାଶ, ସମୀର ସେଠି, ହିମାଂଶୁ ଶେଖର ବିଶ୍ୱାଳ, , ଲିଙ୍ଗରାଜ ନନ୍ଦ, ଜୁନିଅର ଆସିଷ୍ଟାଣ୍ଟ ଅବିନାଶ ଭୋଇ, ଶିକ୍ଷୟିତ୍ରୀ ରେଣୁକା ସାହୁ, ତପସ୍ୱିନୀ ପଟେଲ,କାନ୍ତି ଭୋଇ, ଶିବାନୀ ଭୋଇ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ ପରିଚାଳନା କରୁଥିବା ବେଳେ ଶିକ୍ଷକ ଦୀପକ ସେନ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment