ସିନାପାଲି ରେ ପର୍ଶୁରାମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ସିନାପାଲି ୧୭/୪ ସିନାପାଲି ବ୍ଲକ ବ୍ରାହ୍ମଣ ସମାଜ ପକ୍ଷ ରୁ ଆସନ୍ତା ମେ ୧୦ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଦିନ ଭଗବାନ୍ ପର୍ଶୁରାମ ଙ୍କ ଜୟନ୍ତୀ ପାଳନ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଗ୍ରସେନ୍ ଭବନ ରେ ବ୍ଲକ ବ୍ରାହ୍ମଣ ସମାଜ ର ସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ପଣ୍ଡା ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଉପ କମିଟି ଗଠନ କରାଯିବା ସହିତ ବିଭିନ୍ନ ମଣ୍ଡଳ ସମ୍ପର୍କ ଅଭିଯାନ ସମ୍ପର୍କ ରେ ଆଲୋଚନା କରଯାଇଥିଲା । ଏହି ବୈଠକରେ ବ୍ଲକ୍ ବ୍ରାହ୍ମଣ ସମାଜ ସମ୍ପାଦକ ଅଶ୍ଵିନୀ କୁମାର ଯୋଷୀ ଙ୍କ ସମେତ ଦିବାକର ଖମାରୀ, ବଳଭଦ୍ର ଖମାରୀ, ନାରାୟଣ ପାତ୍ର, ସୁବାଷ ଚନ୍ଦ୍ର ବେହେରା,ସତ୍ୟ ନାରାୟଣ ପାତ୍ର, ରଣଧୀର ସୂପକାର ପ୍ରମୁଖ ମଞ୍ଚାସିନ ରହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହେଶ ପ୍ରସାଦ ତିୱାରୀ, ମହାବୀର ମିଶ୍ର, ଅରିଗଞ୍ଜନ ଯୋଷୀ, ପଙ୍କଜ ପାତ୍ର, ଅରୁଣ କୁମାର ଯୋଷୀ, ମହାବୀର ଯୋଷୀ,ପ୍ରଦୀପ କୁମାର ଯୋଷୀ, ନୀଳମଣି ବେହେରା, ସଞ୍ଜୟ ବେହେରା, ସୂପୁଛ ମୌଳି ପାଣିଗ୍ରାହି , ଅଜିତ କୁମାର ଯୋଷୀ, ଅଶୋକ କୁମାର ସୂପକାର, ଅତୁଲ କୁମାର ପାତ୍ର , କୁଞ୍ଜବିହାରୀ ଯୋଷୀ, ବାଣୀ ବଲ୍ଲଭ ପାଣିଗ୍ରାହୀ , ସଞ୍ଜୀବ ମିଶ୍ର, ପ୍ରକାଶ ପାତ୍ର, ସଜତ ଯୋଷୀ ଙ୍କ ସମେତ ଅନେକ କର୍ମକର୍ତ୍ତା ଯୋଗ ଦେଇ ଥିଲେ ।

 ନୁଆପଡ଼ା ଜିଲ୍ଲା ରୁ ପରମେଶ୍ବର ମେହେରଙ୍କ ରିପୋର୍ଟ

Post a Comment

Previous Post Next Post