ଭାରତୀୟ ଜନତା ପାର୍ଟି ତରଫରୁ ଆଜି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ନିର୍ବାଚନୀ ସଭା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ମାଳବିକା ସିଂ ଦେଓ, ଖଡ଼ିଆଳ ବିଧାୟକ ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି, ପୂର୍ବତନ କଳାହାଣ୍ଡି ସାଂସଦ ଅର୍କ କେଶରୀ ସିଂ ଦେଓ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଷୟରେ ଉତଥାପନ କରିଥିଲେ ଓ ଏଥର ବିଜେପି କୁ ବହୁଳ ଭାବରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଆହ୍ବାନ ଦେଇଥିଲେ। ଏଥର ଓଡ଼ିଶାରେ ବିଜେପି ସରକାର ଗଠନ କଲେ ରାଜ୍ୟର ବିକାଶ ତ୍ୱରାନ୍ୱିତ ହେବ ବୋଲି ସେମାନେ କହିଥିଲେ।ଏ ଅବସରରେ ବିଜେଡ଼ି ଓ କଂଗ୍ରେସ ଦଳର ଶତାଧିକ କର୍ମୀ ବିଜେପିରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ଖଡ଼ିଆଳ ସ୍ଥିତ ସମଲେଶ୍ବରୀ ମନ୍ଦିର ଓ ଦଧି ବାମନ ମନ୍ଦିରରେ ପୂଜାର୍ଚ୍ଚନା କରି ଦୁଇ ପ୍ରାର୍ଥୀ ଏକ ବିରାଟ ରେଲି ରେ ସଭାସ୍ଥଳକୁ ଆସିଥିଲେ।ଏଥିରେ ବିଜେପିର ମାର୍କଣ୍ଡ ଗହିର, ଶିବପ୍ରସାଦ ମୁଣ୍ଡ, ପୁସ୍ତମ୍ ମଶ୍ରା, ନାରାୟଣ ମଙ୍ଗରାଜ, ଦେବାର୍ଚ୍ଚନ ଗହିର ପ୍ରମୁଖ ଉପସ୍ଥିତ ଥିଲେ ଓ ଏହି ମିଶ୍ରଣ ପର୍ବରେ ଅନେକ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଥିଲେ ଏବଂ ହଜାର ହଜାର କର୍ମୀ ଓ ସମର୍ଥକ ଏଥିରେ ସାମିଲ ହୋଇଥିଲେ ।
ନୂଆପଡ଼ା ଜିଲ୍ଲା ରୁ ପରମେଶ୍ବର ମେହେରଙ୍କ ରିପୋର୍ଟ
Post a Comment