ଓଡ଼ିଆ ସାହିତ୍ଯ ଓ ଭାଷା ପ୍ରତି ମନୋହରଙ୍କ ଅବଦାନ ସ୍ମରଣୀୟ : ସିନାପାଲିରେ କବି ମନୋହର ମେହେର ଜୟନ୍ତୀ


ସିନାପାଲି:୧୭/୦୪- ଆଜିକୁ ପ୍ରାୟ ଶହେ ଚାଲିଶି ବର୍ଷ ପୂର୍ବେ ଓଡ଼ିଶା ଛତିଶଗଡ଼ ସୀମାରେ ଜନ୍ମଲାଭ କରି ପଲ୍ଲୀକବି ମନୋହର ମେହେର ଓଡ଼ିଆ ସାହିତ୍ଯ ଓ ଭାଷା ପ୍ରତି ଯେଉଁ ଅବଦାନ ରଖି ଯାଇଛନ୍ତି ତାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଆଜି କବିଙ୍କ ଜନ୍ମପୀଠ ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ କବିଙ୍କ ଜନ୍ମଜୟନ୍ତୀ ପାଳନ ଅବସରରେ ମତ ପ୍ରକାଶ ପାଇଛି ା ସ୍ଥାନୀୟ ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ଆୟୋଜିତ ଜୟନ୍ତୀ ସଭାରେ ଯୁବକବି ଲଳିତ କୁମାର ସୁନାରୀ ଅଧ୍ଯକ୍ଷତା କରିଥିବା ବେଳେ ଅତିଥି ଭାବରେ ଚିନ୍ତାମଣି ସାହୁ, ମୁରଳୀଧର ସା, କୁମୁଦବନ୍ଧୁ ଯୋଷୀ, କନକବର୍ଦ୍ଧନ ସାହୁ, ତରୁଣ କୁମାର ମେହେର ମଂଚାସିନ ଥିଲେ ା ଏ ଅବସରରେ ପ୍ରତିକୂଳ ପରିସ୍ଥିତିରେ ସାହିତ୍ଯ ସାଧନା କରି ସମାଜ ପାଇଁ ଅନେକ ଉପାଦେୟ ପୁସ୍ତକ ରଚନା କରିଯାଇଥିବା କବି ମନୋହରଙ୍କ ଗ୍ରନ୍ଥାବଳୀ ପ୍ରକାଶ କରାଗଲେ ବର୍ତ୍ତମାନର ପିଢ଼ୀ ପାଇଁ ଖୁବ ଉପାଦେୟ ହୋଇ ପାରିବ ବୋଲି ବକ୍ତାମାନେ ମତ ବ୍ଯକ୍ତ କରିଥିଲେ ା ସଭା ପ୍ରାରମ୍ଭରେ ବଂଶୀଧର ଜଗତ ସମସ୍ତଙ୍କୁ ସ୍ୱାଗତ କରିଥିଲେ ା ଏହା ପରେ କବିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା ା କାର୍ଯ୍ଯକ୍ରମରେ ଚୂଡ଼ାମଣି ମେହେର, ଲୋଚନ ମେହେର, ଦିବ୍ଯରଞ୍ଜନ ନାଏକ, ହରେକୄଷ୍ଣ ମେହେର, ନିଲାଂଚଳ ମେହେର, ସବ୍ଯସାଚୀ ସାହୁ, ରୂପେଶ ଚଂଦ୍ର ମେହେର, ଶିବ ପ୍ରସାଦ ମେହେର, ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା, ଗୌତମ ମେହେର, ପ୍ରେମାନନ୍ଦ ମେହେର, ରଶ୍ମିରଞ୍ଜନ ସା, ବୈଷ୍ଣବ ମେହେରଙ୍କ ସହ ଅଂଚଳର ଅନେକ ସାହିତ୍ଯପ୍ରେମୀ ଯୋଗ ଦେଇଥିଲେ ା ଶେଷରେ ପରେଶନାଥ ପାଣିଗ୍ରାହୀ ଧନ୍ଯବାଦ ଦେଇଥିଲେ ା ନୁଆପଡ଼ା ଜିଲ୍ଲା ରୁ ପରମେଶ୍ବର ମେହେରଙ୍କ ରିପୋର୍ଟ

Post a Comment

Previous Post Next Post