ଗୁରୁ ଶିଷ୍ୟ ସମ୍ପର୍କ ଅଟେ ମହାନ୍
ଗୁରୁ ହିଁ ଦ୍ଵିତୀୟ ଈଶ୍ବର
କିଏ କଳିପାରେ ଗୁରୁଙ୍କ ମହିମା
ଗୁରୁ ଯେହି ପରମେଶ୍ୱର ।।
ଗୁରୁ ହିଁ ଶିଖାନ୍ତି ଜିଇଁବାର ମାର୍ଗ
ଶିଷ୍ୟ ଜୀବନ ହୁଏ ସ୍ୱର୍ଗ
ପଦିଏ ଗୁରୁଙ୍କ ବାଚ୍ୟ ଆଣିଦିଏ
ଶିଷ୍ୟର ସଫଳତା ମାର୍ଗ ।।
ସଂସାରେ ଗୁରୁ ଅଟନ୍ତି ପଦବାଚ୍ୟ
ଅଟନ୍ତି ଦ୍ଵିତୀୟ ଈଶ୍ବର
ତାଙ୍କ ବିନା ନୁହଁଇ ଯେ ଅନ୍ୟ ଗତି
ଜୀବନ ପାଲଟେ ଅସାର ।।
ଗୁରୁ ଯଦି ପାଲନ୍ତି ବନ୍ଧ ସଦୃଶ
ଶିଷ୍ୟ ଯେ ହି ପାଲନ୍ତି ନଈ
ଯେବେ ଶିଷ୍ୟ ବହିଯାନ୍ତି ଏଣେତେଣେ
ଗୁରୁ ଦ୍ୟନ୍ତି ବାଟ ବଢ଼ାଇ ।।
ବିନା ସ୍ୱାର୍ଥେ ଯେ ଶିକ୍ଷା ଅଜାଡି ଦେଇ
ବିଶ୍ୱେ ପାଆନ୍ତି ବହୁ ପୂଜା
ଅତୁଟ ଏ ସମ୍ପର୍କ ଗୁରୁଶିଷ୍ୟର
ଗୁରୁଙ୍କ ପାଇଁ ଉଡେ ଧ୍ଵଜା ।।
***********************************
ତ୍ରିନାଥ ପଟ୍ଟନାୟକ
(ଅଧ୍ୟାପକ ତଥା କବି)
ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର
ପୋ:ଜିଲ୍ଲା- କୋରାପୁଟ
ମୋ:9438362172
Post a Comment