ଟ୍ରାନ୍ସଯେଣ୍ଡର ମାନଙ୍କ ପାଇଁ ଭୋଟର କାର୍ଡ ସଂଶୋଧନ ଶୀର୍ଷକ ସଚେତନତା କର୍ମଶାଳା


ନୂଆପଡ଼ା (ପରମେଶ୍ବର ମେହେର)ନୂଆପଡା ସଦର ସ୍ଥାନୀୟ ସ୍ବେଛାସେବୀ ଅନୁଷ୍ଠାନ "ପରଦା" ଓ "ସତୀ" ଟ୍ରାନ୍ସଜେଣ୍ଡର ଏସୋସିଏସନ ନୂଆପଡ଼ା ର ମିଳିତ ପ୍ରୟାସ ରେ ପରଦା କମିଟି ଗୃହରେ ଅନୁଷ୍ଠିତ ହୋଇଯାଇଛି ଟ୍ରାନ୍ସଜେଣ୍ଡର ମାନଙ୍କ ନିମିତ୍ତ ଭୋଟର କାର୍ଡ ସଂଶୋଧନ ଶୀର୍ଷକ ସଚେତନତା କର୍ମଶାଳା।ଉକ୍ତ କର୍ମଶାଳା କୁ ସତୀ ଏସୋସିଏସନ ର ସଭାପତି ଜୁଳୀ ମାଝୀ ପରିଚାଳନା କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ବେହେରା, ଉପଜିଲ୍ଲାପାଳ କାର୍ଯାଳୟ କିରାଣି ଦିନେଶ ନିହାଲ, ପରଦା ସ୍ବେଛାସେବୀ ଅନୁଷ୍ଠାନ ର ଚ୍ୟାରମେନ ରୁଦ୍ର ଚରଣ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ହୋଇ ଟ୍ରାନ୍ସଜେଣ୍ଡର ମାନଙ୍କ ପାଇଁ ସରକାରୀ ସ୍ତରରେ ଥିବା ବିଭିନ୍ନ ସାମାଜିକ ସୁରକ୍ଷା ବ୍ୟବସ୍ଥା, ବ୍ୟକ୍ତିଗତ ପରିଚୟ ପତ୍ର, ନୂତନ ଭୋଟପରିଚୟପତ୍ର ତିଆରି କରିବା ଓ ସଂଶୋଧନ କରିବା ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ।ସେହିପରି ପାଞ୍ଚଟି ବ୍ଲକ ରୁ ଆସିଥିବା ସମସ୍ତ ଟ୍ରାନ୍ସଜେଣ୍ଡର ମାନଙ୍କୁ ସାମାଜିକ ସ୍ତର ରେ ସୁରକ୍ଷା, ସମ୍ମାନ ମର୍ଯ୍ୟାଦା ର ସହିତ ଏକ ଶୃଙ୍ଖଳିତ ଜୀବନ ଯାପନ କରିବା ର ମୌଳିକ ଉପାଦାନ ଗୁଡିକ ଉପରେ ଧାରଣା ପ୍ରଦାନ କରିବା ସହିତ ପରସ୍ପର ମଧ୍ୟରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ।କର୍ମଶାଳାଟିକୁ ସଫଳତା ର ସହିତ ଆୟୋଜନ କରିବାରେ ଉଭୟ ଅନୁଷ୍ଠାନ ର ବେଦ ରାମ ସାହୁ, ଶଙ୍କର ବିଶ୍ଵାଳ, ସୋନାଲି ଶିଙ୍ଗ, ମାନବୀ ଉଜିର, ସତୀ ଅନୁଷ୍ଠାନର ରିସ୍ତା ରାଣୀ ପାଣିଗ୍ରାହୀ ସକ୍ରିୟ ସାହାଯ୍ୟ ଓ ସହଯୋଗ କରିଥିଲେ।ପରିଶେଷରେ ସତୀ ଅନୁଷ୍ଠାନର ସଭାପତି ଜୁଳୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post