ଦବିଲା ପେଣ୍ଡ୍ରାବନ୍ଧ୍ ବ୍ରିଜ, ଯାତାୟାତ ଠପ୍


ନୂଆପଡା (ରିଖିରାମ ଦଳ) ନୂଆପଡା ଜିଲ୍ଲା କୋମନା ବ୍ଲକ ଦେଇ ଯାଇଥିବା ୩୫୩ ଜାତୀୟ ରାଜପଥରେ ପେଣ୍ଡ୍ରାବନ୍ଧ୍ ଠାରେ ନିର୍ମାଣ ହୋଇଥିବା ବ୍ରିଜ କୌଣସି କାରଣରୁ କିଛି ଭାଗ ଦବି ଯାଇଛି।।ଯାହା ଫଳରେ ଗାଡ଼ି ଚଳାଚଳ ଠପ୍ ହୋଇପଡିଛି। ବ୍ରିଜ୍ ମରାମତି ନହେବା ପର୍ଯ୍ୟନ୍ତ ମୋଟର ସାଇକେଲ ବ୍ୟତୀତ ଅନ୍ୟ କୌଣସି ଗାଡ଼ି ପେଣ୍ଡ୍ରାବନ୍ଧ୍ ବ୍ରିଜ ଦେଇ ନଯିବାକୁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ଘଟଣା ସ୍ଥଳରେ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ ଓ ଏସପି ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Post a Comment

Previous Post Next Post