ମୋ ସ୍କୁଲ ଅଭିଯାନ ଆୟୋଜିତ


ଖପ୍ରାଖୋଲ :୭/୦୩ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧିନସ୍ଥ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୁନସର ଠାରେ ମୋ ସ୍କୁଲ୍ ଅଭିଯାନ ଆନୁକୁଲ୍ୟରେ ବିଦ୍ୟାଳୟ ସ୍ତରୀୟ ଧନ୍ୟବାଦ୍ ପର୍ବ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଅବସର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଐଶ୍ଵର୍ଯ୍ୟ ଶେଖର ଦେବତାଙ୍କ ଅଧ୍ୟକ୍ଷତାରେ ଖପ୍ରାଖୋଲ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶଙ୍କର ପ୍ରସାଦ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ନିଶାମୁକ୍ତ, ସମାଜ ସୃଷ୍ଟି କରିବାରେ ନିଜକୁ ନିୟୋଜିତ କରିବାକୁ ନିଜ ବକ୍ତବ୍ୟରେ କହିଥିଲେ । ପିତାମାତା, ଶିକ୍ଷାଗୁରୁଙ୍କୁ ସବୁବେଳେ ଭକ୍ତି କରିବା ସହ ତାଙ୍କ ସମସ୍ତ ନିର୍ଦ୍ଦେଶକୁ ପାଳନ କରିବାକୁ ମଧ୍ୟ ନିଜ ଉଦବୋଧନରେ ଶ୍ରୀଯୁକ୍ତ ମାଝୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ମୋ ସ୍କୁଲ୍ ଅଭିଯାନ ର ସଫଳତା ବିଷୟରେ ହେଉ ବାର୍ତ୍ତା ଟି ଥିଲା ତାହା ସର୍ବ ସମ୍ମୁଖରେ ପ୍ରଧାନ ଶିକ୍ଷକ ପ୍ରଦାନ କରିଥିଲେ ।

ମୋ ସ୍କୁଲ୍ ଅଭିଯାନ ଦ୍ଵାରା ଏହି ବିଦ୍ୟାଳୟ ର ନୂତନ ବିଜ୍ଞାନ ଗାର ଓ ଏକ ସୁନ୍ଦର ଫୁଲ ବଗିଚା ହେବା ସହ, ଛାତ୍ରଛାତ୍ରୀଙ୍କ ପାଇଁ ଟଏଲେଟ୍, ପରିଶ୍ରାଗାର, ସାଇକଲ ଷ୍ଟାଣ୍ଡ, ଶ୍ରେଣୀ ଗୃହ ର ମରାମତି ହୋଇଥିଲା ସେ ବିଷୟରେ ମଧ୍ୟ ସଭାରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଦେବତା ସମସ୍ତଙ୍କୁ ପୁଣିଥରେ ଅବଗତ କରିବା ସହ ବିଦ୍ୟାଳୟ ପରିସର ପରିଦର୍ଶନ କରାଇଥିଲେ । ଏହି ବିଦ୍ୟାଳୟର ଆଲୁମିନା କମିଟି ତଥା ସମସ୍ତ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଯେଉଁମାନେ ମୋ ସ୍କୁଲ୍ ଅଭିଯାନ ପାଇଁ ଅର୍ଥରାଶି ସଂଗ୍ରହ କରିବାରେ ସହଯୋଗ ଦେଇଥିଲେ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉସତ ଗଡତୀଆ, ଗୌର ମାଝୀ, ଦୀପାଞ୍ଜଳି ପ୍ରଧାନ, ଝରଣା କର, ଡୋଳାମଣି ପ୍ରଧାନ, କାହ୍ନୁ ଚରଣ ସାହୁ, ଦୁର୍ଯୋଧନ ସାହୁ, ଅଲେଖ ସ୍ୱାଇଁ ଓ ରମେଶ ମାଝୀ ପ୍ରମୁଖ ସହଯୋଗ କରିଥିଲେ।

Post a Comment

Previous Post Next Post