ଭାରତୀୟ ଶିକ୍ଷଣ ମଣ୍ଡଳ ଦ୍ଵାରା ବିରଞ୍ଚି ଦାଶ ସମ୍ବର୍ଦ୍ଧିତ


କଣ୍ଟାବାଞ୍ଜି ୧୭/୦୪ (ଆଜତକ୍ ଓଡ଼ିଶା) ସାରା ଭାରତ ବର୍ଷରେ ଶ୍ରୀ ରାମ ନବମୀ ପୁଣ୍ୟ ତିଥିରେ ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବା ଅବସରରେ ଭାରତୀୟ ଶିକ୍ଷଣ ମଣ୍ଡଳ ବଲାଙ୍ଗୀର ଶାଖାରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା।ଶାଖାର ସଭାପତି ଶ୍ରୀ ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି, ଜିଲ୍ଲା ସଂଯୋଜକ ଶ୍ରୀ ଧର୍ମବ୍ରତ ରଥ ଯୋଗ ଦେଇଥିଲେ।ସଭ୍ୟା ଶ୍ରୀମତୀ କସ୍ତୁରୀ ରଥ ସଭା ପରିଚାଳନା ଓ ଶ୍ରୀ ମଦନ ମୋହନ ରଥ ଧନ୍ୟବାଦ ଅର୍ପଣ କରିଥିଲେ।ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ଓ ଜାତୀୟ ଶିକ୍ଷା ନୀତି୨୦୨୦କୁ ସର୍ବ ଜନାଦୃତ କରିବା ପାଇଁ କାର୍ଯ୍ୟରତ ଶିକ୍ଷକ ଶ୍ରୀ ବିରଞ୍ଚି ନାରାୟଣ ଦାଶ, ଶିକ୍ଷକ ଶ୍ରୀ ଗୋବିନ୍ଦ ମିଶ୍ର ଓ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇଙ୍କୁ ମଣ୍ଡଳ ତରଫରୁ ଉପଢୌକନ ଓ ମାନପତ୍ର ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ଶିକ୍ଷାରେ ଭାରତୀୟତା ଉପରେ ସମସ୍ତେ ଗୁରୁତ୍ୱାରୋପ କରିଥିଲେ।ସଭ୍ୟ ଗିରିଜା ଶଙ୍କର ରଥ,ସଞ୍ଜୁକ୍ତା ପରିଛ୍ଛା,ଭବାନୀ ଶଙ୍କର ପଟେଲ,ଗୋପାଳ ଚନ୍ଦ୍ର ପ୍ରଧାନ, ଥମିର ଛତ୍ରିଆ,ନିହାରିକା ମିଶ୍ର, ମାଳତୀ ଉଦଗାତା,ଧୀରେନ୍ଦ୍ର ନାରାୟଣ ସିଂଦେଓ,ଦିବାକର ହୋତା,ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ଉମାକାନ୍ତ ନାଥ,ଯୁଧିଷ୍ଠିର ମିଶ୍ର ଆଦି ସହଯୋଗ କରିଥିଲେ।

Post a Comment

Previous Post Next Post