କୋମନା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଳା ଖଡ଼ିଆଳ ସହରରେ କିଛି ଦିନ ତଳେ ଭାଲୁ ଆତଙ୍କ ଖେଳାଇଥିବା ବେଳେ ମଙ୍ଗଳବାର ସକାଳେ କୋମନା ବ୍ଲକ ସନବାହାଲି ଗାଁରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ତ୍ରିଲୋଚନ ମାଝି (୫୦)। ସେ ନିଜ ଜମିକୁ ମହୁଲ ଫୁଲ ଗୋଟାଇବାକୁ ଯାଇ ଭାଲୁର ଶିକାର ହୋଇଛନ୍ତି। ତ୍ରିଲୋଚନ ସବୁଦିନ ମହୁଳ ଫୁଲ ଗୋଟାଇବା ପାଇଁ ଜମିକୁ ଯାଇଥିଲେ। ଏହି ସମୟରେ ନିକଟସ୍ଥ ଜଙ୍ଗଲରୁ ମହୁଲ ଫୁଲ ଖାଇବା ପାଇଁ ଆସି ଥିବା ଭାଲୁ ତ୍ରିଲୋଚନଙ୍କୁ ଆକ୍ରମଣ କରିଥିଲା। ସେ ଜୀବନ ବଞ୍ଚାଇବା ପାଇଁ ଜୋରରେ ଚିତ୍କାର କରିଥିଲେ। କିଛି ଲୋକ ଶୁଣି ଠେଙ୍ଗା, ବାଡ଼ି ଧରି ଦୌଡ଼ି ଆସିବାରୁ ଭାଲୁ ଜଙ୍ଗଲ ଭିତରକୁ ପଳାଇଥିଲା। ପରିବାର ଲୋକେ ତ୍ରିଲୋଚନଙ୍କୁ କୋମନା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନୂଆପଡ଼ା ଜିଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ବନ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲା ।

Post a Comment