ନିର୍ବାଚନ ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ଓ୍ବାକଥନ କାର୍ଯ୍ୟକ୍ରମ


ନୂଆପଡା (ବିରବଲ ପ୍ରଧାନ) ଆସନ୍ତା ସାଧାରଣ ନିର୍ବାଚନ କୁ ନୂଆପଡ଼ା ଜିଲ୍ଲାରେ ସୁରୁଖୁରୁରେ ପାଳିତ କରିବା ତଥା ନିର୍ବାଚନ ରେ ଅଧିକ ରୁ ଅଧିକ ଭୋଟରଙ୍କୁ ଭୋଟଦାନ ପାଇଁ ଅକୃଷ୍ଟ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାସଦର ମହକୁମାରେ ୱାକଥନର ଆୟୋଜନ କରାଯାଇଥିଲା। ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଭାରତିୟ ଷ୍ଟେଟ ବ୍ୟାଙ୍କର ମିଳିତ ଅନୁକୁଲ୍ୟରେ ଅୟୋଜିତ ଏହି ଓ୍ବାକଥନ ସକାଳ ୬ଟାରେ ଜିଲ୍ଲାପାଳ ଙ୍କ ବାର୍ଯ୍ୟାଳୟରୁ ବାହାରି ଏକତା ଛକ ଦେଇ ସହର ପରିକ୍ରମା କରି ତେଲି ପଡା ଛକ ପର୍ଯ୍ୟନ୍ତ ଯାଇ ପୁଲିସ ପଡିଆରେ ଶେଷ ହୋଇଥିଲା।

ଏହି ଓ୍ବାକଥନକୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାଚନ ନୋଡାଲ ଅଧିକାରୀ ଲମ୍ବୋଧର ଧରୁଆ, ନୂଆପଡା ଅତିରିକ୍ତ ଜିଲାପାଳ ସୁବାଶଚନ୍ଦ୍ର ରଇତ ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନୂଆପଡା ଉପଜିଲ୍ଲାପାଳ ଜୋଗେନ୍ଦ୍ର ମାଝି, ଭାରତିୟ ଷ୍ଟେଟବ୍ଯାଙ୍କ ର ଆଂଚଳିକ ପ୍ରବନ୍ଧକ, ନୂଆପଡା ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ଦେବାଶିଷ ଜୋଷି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅଜୟ କୁମାର ପଟ୍ଟନାୟକ ଙ୍କ ସହ ଅନ୍ୟ ଜିଲାସ୍ତରିୟ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ । ଏହା ବ୍ୟତିତ ସ୍ଥାନିୟ ନେସନାଲ ଉଚ୍ଚ ବିଦ୍ୟାଳୟର ଜାତିୟ ଶମରଶିକ୍ଷାର୍ଥୀ ବାହିନିର ଛାତ୍ରଛାତ୍ରୀ ଓ ଶିକ୍ଷକ, ନେସନାଲକଲେଜର ଛାତ୍ରଛାତ୍ରୀ ଓ କ୍ରୀଡା ଶିକ୍ଷକ,କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଜିଲ୍ଲାଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ କ୍ରିଡା ଶିକ୍ଷୟିତ୍ରୀ ମାନେ ସାମିଲ ହୋଇ ହାତରେ ଫ୍ଲାଗ କାର୍ଡଧରି ଓ୍ବାକଥନର ଶୋଭା ବଢାଇଥିଲେ । ପରିଶେଷରେ ପୁଲସ ପଡିଆଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇ ଓ୍ୱାକଥନ ସମାପ୍ତ ହୋଇଥିଲା।

Post a Comment

Previous Post Next Post