ଘାସିରାମ ମାଝିଙ୍କ ତିରୋଧାନ ଦିବସ


ନୁଆପଡା (ବିରବଲ ପ୍ରଧାନ) ନୂଆପଡ଼ା ସ୍ଥାନୀୟ ଏକତା ଛକରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ସ୍ବର୍ଗତ ମନ୍ତ୍ରୀ ଘାସିରାମ ମାଝିଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ସ୍ୱର୍ଗତ ମନ୍ତ୍ରୀ ଘାସିରାମଙ୍କ ପୁତ୍ରୀ ସରୋଜିନୀ ମାଝିଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଉତ୍ସବରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଘାସିରାମ ମାଝି, ଉପଦେଷ୍ଟା ଭାନୁପ୍ରତାପସିଂ ମାଝି, ଖୋଲୋରାଜ ଗୋଣ୍ଡ ସମାଜ ସଂଯୋଜକ ହୋମସିଂ ମାଝି, ବିଜେଡି ଜିଲ୍ଲା ସମ୍ପାଦକ ସୁଧୀର ମିଶ୍ର, ନୂଆପଡ଼ା ବ୍ଳକ ସଭାପତି ଭକ୍ତବନ୍ଧୁ ଧରୁଆ, ହରି ମାଝି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ବର୍ଗତ ମାଝିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

Post a Comment

Previous Post Next Post