ବୋଡେନ (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ସଂସ୍କୃତି ସମ୍ପନ୍ନ ଜୟବାହାଲ ଗ୍ରାମ ଠାରେ ୪୬ ତମ ଅଖଣ୍ଡ ଷୋହଳ ପ୍ରହରୀ ନାମ ସଂକୀର୍ତ୍ତନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆନନ୍ଦ ଉଲ୍ଲାସ ରେ ଅଞ୍ଚଳବାସୀ ହରି ନାମ ରସାମୃତ ପାନ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଅଞ୍ଚଳଟି ବୃନ୍ଦାବନ ମୟ ହୋଇ ଯାଇଥିଲା । ବିଶ୍ୱ ରେ ଶାନ୍ତି, ସୁବୃଷ୍ଟି, ନିରାମୟ ଜୀବନ ଏବଂ ମାନବ କଲ୍ୟାଣ ପାଇଁ ସମସ୍ତ ଗ୍ରାମବାସୀ ଯଦୁପତି ଲୀଳାମୟ ଶ୍ରୀ ରାଧେକୃଷ୍ଣ ଙ୍କ ଠାରେ କାମନା କରିଥିଲେ । ବିଗତ ବର୍ଷ ମାନଙ୍କ ଠାରୁ ଏବର୍ଷ ଏକ ପ୍ରକାର ଭିନ୍ନ ବାତାବରଣ ଆଲୋଡନ ସୃଷ୍ଟି କରି ଥିଲା ଭକ୍ତ ମାନଂକ ମନରେ ଆନନ୍ଦ ର ଲହରୀ ନାଚି ଉଠୁଥିଲା । ଚଳିତ ବର୍ଷ ସାତ ଗୋଟି ସଂକୀର୍ତନ ଦଳ ଅଂଶ ଗ୍ରହଣ କରିଥିବା ବେଳେ ସମସ୍ତ ଗୁରୁ ମାନେ ନିଜ ନିଜର ଓଡିଶୀ, ଚମ୍ପୁ, ସମ୍ୱଲପୁରୀ, ସହ ହିନ୍ଦୀ, ଆଧୁନିକ ଗୀତ ସ୍ୱର ରେ ହରୀ ନାମ ଗାନ କରି ଦର୍ଶକ ମାନଂକର ଶ୍ରଦ୍ଧା ଭାଜନ ହୋଇ ପାରିଥିଲେ । ସୁଦୂର ସାଲେପାଲି (ପାଟଣାଗଡ଼) ଗ୍ରାମ ର ଝିଅଦଳ ଗୁରୁ ଶ୍ରୀମତୀ ରଂଜିତା ପୋଢ଼ ଜଣେ ନାରୀ କଳାକାର ଭାବରେ ଅଦ୍ଭୁତ କଳା ପ୍ରଦର୍ଶନ କରି ଅଞ୍ଚଳ ର କଳା ପ୍ରେମୀ ତଥା ଦର୍ଶକ ମାନଂକୁ ଆକର୍ଷିତ କରି ପାରିଥିଲେ, ନାମ ଯଜ୍ଞ ରେ ରାଜନୀତି ଦଳ ର ମୁଖ୍ୟ ଅତିଥି ରୂପରେ ବିଜେଡି ଲୋକ ସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ଅଧୀରାଜ ମୋହନ ପାଣିଗ୍ରାହୀ ଯୋଗଦାନ କରି ମହାପ୍ରଭୂ ଙ୍କ ରସାମୃତ ପାନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ବିଜେପି ବିଧାୟକ ପ୍ରାର୍ଥୀ ହିତେଶ କୁମାର ବଗର୍ତି ମଧ୍ୟ ପ୍ରଭୁ ଙ୍କ ରସାମୃତ ପାନ କରି ଅଞ୍ଚଳ ର ଆଶୀର୍ବାଦ କାମନା କରିଥିଲେ । ଉକ୍ତ ନାମ ଯଜ୍ଞ ରେ ଶ୍ରୀମାନ ଜୟରାମ ଛତ୍ରିଆ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରତିମା ଛତ୍ରିଆ ଯଜ୍ଞ କର୍ତ୍ତା ଦାୟିତ୍ୱ ତୁଳାଇ ଥିଲେ । ଉପଦେଷ୍ଟା ମଣ୍ଡଳୀ ଶ୍ରୀ ଗୌର ବାଗ, ଶ୍ରୀ ଆର୍ତ୍ତତ୍ରାଣ ସଲମା, ଡମ୍ବରୁ ଧର ସଲମା, ସହୋଦ ଛତ୍ରିଆ, ତାତୁରାମ ସଲମା ଧନସିଂ ଅଦା, ବନମାଳୀ ବାଗ, ମୋହନ ଛତ୍ରିଆ, ଭୁବନେଶ୍ୱର ସଲମା ଏବଂ ପରିଚାଳନା କମିଟି ସଭାପତି ଶ୍ରୀ ଉଦ୍ଧବ ସଲମା, ସମ୍ପାଦକ ଶ୍ରୀ ବିଜୟ ସଲମା, ଜୟପ୍ରକାଶ ମହାଉତି, ଜଗମୋହନ ଅଦା, କୁମର ନିଆଲ, ମହାଦେବ ଛତ୍ରିଆ, ମନବୋଧ ଅଦା, ଶ୍ୟାମ ସୁନ୍ଦର ବାଗ, ଗୁରୁବାରୁ ଛତ୍ରିଆ, ବିନୟ ଛତ୍ରିଆ, କମଳାକାନ୍ତ ଅଦା, ଟଙ୍କଧର ସଲମା, ନରସିଂହ ସଲମା ଏବଂ ସମସ୍ତ ପରିଚାଳନା କମିଟି କର୍ମକର୍ତା ତଥା ଗ୍ରାମବାସୀ ଙ୍କ ସହୃଦୟ ସହଯୋଗ ରେ ଯଜ୍ଞ କାର୍ଯ୍ୟ ସମାପନ ହୋଇଥିଲା । ପରିଶେଷରେ ଯଜ୍ଞ କମିଟି ଧର୍ମ ସଭା ମାଧ୍ୟମରେ ଭଗବତ ଚର୍ଚ୍ଚା ତଥା ବୈଠକି କରି ସମସ୍ତଙ୍କ ସହଯୋଗ ରେ ଯଜ୍ଞ କାର୍ଯ୍ୟ ସମାପନ ହୋଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment