ଟ୍ରାକ୍ଟର ସହିତ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବାପରେ ଜଣେ ମୃତ, ୩ ଗୁରୁତର


ନୁଆପଡା (ବିରବଲ ପ୍ରଧାନ) ନୁଆପଡା ଜିଲ୍ଲା କୋମନା ବ୍ଲକ ତରବୋଡ ପୋଲିଷ ଫାଣ୍ଡି ଅନ୍ତର୍ଗତ ଗୋହରିଆପଦର ଗ୍ରାମ ନିକଟ ଜାତୀୟ ରାଜପଥ ୩୫୩ ରେ ଏକ ଟ୍ରକ ସହିତ ଏକ ଟ୍ରାକ୍ଟର ଦୁର୍ଘଟଣା ହେବା ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାମ ପାରସ ସେଠୀ (୨୪) ଓ ସେ ତରବୋଡ ଗ୍ରାମର ବୋଲି ଜଣାପଡିଛି। ଖବର ଅନୁଯାୟୀ, ୬ ଜଣ ଶ୍ରମିକଙ୍କୁ ନେଇ ଟ୍ରାକ୍ଟର ନୁଆପଡା ପଟରୁ ତରବୋଡ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ପଛ ପଟରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଏକ ଟ୍ରାକ୍ଟର ସହିତ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ଫଳ ସ୍ୱରୂପ ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପ୍ରଥମେ ନୁଆପଡା ମୂଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ରାୟପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିଥିଲା। ଟ୍ରକ ଡ୍ରାଇଭରକୁ ଅଟକ ରଖି ତାର ଅଧିକ ତଦନ୍ତ ଚାଲିଛି।

Post a Comment

Previous Post Next Post