କାଳବୈଶାଖୀ ରୁ ଭାଙ୍ଗିଲା ଗଛ ଓ ବିଦ୍ୟୁତ ଖୁଣ୍ଟ ଯାତାୟାତ ବାଧାପ୍ରାପ୍ତ


ନୂଆପଡା (ପରମେଶ୍ବର ମେହେର) ୨୧ତାରିଖ ସନ୍ଧ୍ୟା ରୁ ରାତି ୮ଟା ପର୍ଯ୍ୟନ୍ତ ପବନ ଓ ଝିପି ଝିପି ବର୍ଷା ରେ ନୂଆପଡା ଜିଲ୍ଲା ଖଡ଼ିଆଳ ସହର ର ୧୩ନଂ ୱାର୍ଡ ର ଗାନ୍ଧୀନଗର ରେ କାଳବୈଶାଖୀ ଯୋଗୁ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି । ଫଳରେ ଉକ୍ତ ଅଞ୍ଚଳ ରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ସେହିପରି ମୁଖ୍ୟ ରାସ୍ତା ରେ ଗଛ ଗୁଡିକ ଭାଙ୍ଗି ଯାଇଛି । ଯାହା ଫଳରେ ଖଡ଼ିଆଳ ଓ ସିନାପାଲି ମୁଖ୍ୟ ସଡ଼କ ଉପରେ ଗଛ ପଡିବା ଯୋଗୁଁ ଗମନା ଗମନ ବାଧା ପ୍ରାପ୍ତ ହୋଇଥିଲା ଦମକଳ ବାହିନୀ ଆସି ତୁରନ୍ତ ଗଛ କୁ ହଟାଇବା ପରେ ଗମନା ଗମନ ସ୍ୱାଭାବିକ ହୋଇଅଛି ।


ନୂଆପଡ଼ା ଜିଲ୍ଲା ରୁ ପରମେଶ୍ବର ମେହେରଙ୍କ ରିପୋର୍ଟ

Post a Comment

Previous Post Next Post